ଓଡିଶା

odisha

ରାଜରାସ୍ତାରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

By

Published : Oct 18, 2019, 9:18 PM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହାର ପ୍ରତିବାଦରେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରାଯାଇଛି ।

ଗୁରୁବାର ଆମ୍ବଗଡ଼ ଠାରେ ସ୍ବପ୍ନ ସାଗର ବସ ସହିତ ଏକ ପାସେଞ୍ଜର ଅଟୋ ମୁହାଁମୁହିଁ ହେବା ଯୋଗୁଁ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ମହିଳା ପ୍ରାଣ ହରାଇ ଥିବାବେଳେ ସାତ ବର୍ଷୀୟ ନାବାଳକକୁ କଟକ ସ୍ଥାନାନ୍ତର ବେଳେ ମୁଖ୍ୟ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ ଶରୀର ଗୁଣସାଗର ଗାଁକୁ ଆଣି ସତ୍କାର କରାଯାଇଛି । ନାବାଳକର ଶବ ବ୍ୟବଛେଦ ହୋଇସାରିଥିଲେ ମଧ୍ୟ ଦୁର୍ଘଟଣା ଘଟିଥିବା ବସ ମାଲିକ ମୃତକଙ୍କ ସମ୍ପର୍କୀୟଙ୍କ ସହ କୌଣସି ଆଲୋଚନା କରିନାହାଁନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟିଥିବା ଆମ୍ବଗଡ଼ ମୁଖ୍ୟ ରାସ୍ତାରେ ମୃତ ଶରୀର ଧରି ରାସ୍ତାରୋକ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହ କ୍ଷତିପୂରଣ ପାଇଁ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details