ଗଞ୍ଜାମ: ଜିଲ୍ଲାର ଗାଙ୍ଗପୁର ଥାନା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଟ୍ରକ ତଳେ ଚାପିହୋଇ ବାଇକ ଚାଳକ ମୃତ୍ୟୁ ବରଣ କରିଥିବାବେଳେ, ତାଙ୍କର 5 ବର୍ଷର ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସୁରମଣୀ ଗାଁର ଦଣ୍ଡପାଣି ନାୟକ । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ବାଇକ ଚାଳକ ମୃତ - road accident
ପେଟ୍ରୋଲ ପମ୍ପରେ ତେଲ ପକେଇ ଫେରୁଥିବାବେଳେ ଅଘଟଣ । ଟ୍ରକ ତଳେ ଚାପିହୋଇ ବାଇକ ଚାଳକ ମୃତ । ଅଧିକ ପଢନ୍ତୁ...
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ବାଇକ ଚାଳକ ମୃତ
ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ବାଇକ ଚାଳକ ମୃତ
ସୂଚନା ମୁତାବକ, ବାଇକ ଚାଳକ ଜଣକ ପେଟ୍ରୋଲ ପମ୍ପରୁ ତେଲ ପକାଇ ରୋଡ଼କୁ ବାହାରୁ ଥିବାବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କରି ଉପରେ ଓଲଟି ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଜଣଙ୍କ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପାଖରେ ଥିବା 5 ବର୍ଷର ନାତୁଣୀ ଟି ଛିଟିକି ପଡିଥିଲା । ସ୍ଥାନୀୟ ଲୋକେ ତାକୁ ସଙ୍ଗେସଙ୍ଗେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବାବେଳେ, ଚିକିତ୍ସା ଜାରି ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ