ଭଞ୍ଜନଗର: କୋରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା । କୋରୋନା ମହାମାରୀକୁ ନେଇ ଭଞ୍ଜନଗର ସଟଡାଉନ ଥିବାବେଳେ ଗୁରୁବାର ଭଞ୍ଜନଗର ବ୍ଲକ ଠାରେ କୋରୋନା ସ୍ଥିତି ନେଇ ଜିଲ୍ଲାପାଳ ସମୀକ୍ଷା ବୈଠକ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଠାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଜିଲ୍ଲାରେ ହୁ ହୁ ହୋଇ ବଢୁଥିବାବେଳେ କୋରୋନା ସଂକ୍ରମଣକୁ ରୋକିବାକୁ ଜୋର ଦେଇଥିଲେ । ସାମାଜିକ ଦୂରତ୍ବ ରକ୍ଷା ସହିତ ହାତକୁ ବାରମ୍ବାର ଧୋଇବାକୁ ଲୋକଙ୍କୁ ସଚେତନତା ଉପରେ ଗୁରୁତ୍ବଦେଇଛନ୍ତି । ଗ୍ରାମାଞ୍ଚଳରେ ଦୋକାନ ଗୁଡିକରେ ପ୍ରତ୍ୟକ ଦିନ ଗ୍ରାହକ ମାନଙ୍କର ଖାତାରେ ନାମ ଲେଖିବେ ।