ଓଡିଶା

odisha

ETV Bharat / state

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ - ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ । ଅଧିକ ପଢନ୍ତୁ...

Review meeting of District Rural Development Agency
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ

By

Published : Nov 1, 2020, 9:42 AM IST

ବ୍ରହ୍ମପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ହୋଇଯାଇଛି । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, (ଏ.ପି.ଓ. ) ସହକାରୀ ପଞ୍ଚାୟତ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କୁ ନେଇ ଉକ୍ତ ସମୀକ୍ଷା ବୈଠକ ଆଜି(ରବିବାର)ଠାରୁ ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବ । ଏହାସହ ସମସ୍ତ ବିଦ୍ୟାଳୟ, ଅଙ୍ଗନଓ୍ବାଡି କେନ୍ଦ୍ର, ଆଶ୍ରମ ବିଦ୍ୟାଳୟଗୁଡିକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ଶୌଚାଳୟ ଏବଂ ହାତଧୂଆ ବ୍ୟବସ୍ଥା ଗୁଡିକର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ଥାୟୀ ଜଳ ଉତ୍ସ ନଥିବା ସ୍ଥାନରେ ଜଳ ଜୀବନ ମିଶନ ବା ଡି. ଡବ୍ଲ୍ୟୁ.ଏସ୍.ଏମ୍. ଜରିଆରେ ସ୍ଥାୟୀ ଜଳ ଉତ୍ସ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଗୁଡିକରେ ପ୍ରତି ୨୫ ଜଣ ପିଲା ହାତ ଧୋଇବା ପାଇଁ ଗୋଟିଏ ଲେଖାଏଁ ବେସିନ ଏବଂ ପ୍ରତି ଅଙ୍ଗନଓ୍ବାଡି କେନ୍ଦ୍ରରେ ଗୋଟିଏ ବା ଦୁଇଟି ହାତଧୁଆ ବେସିନ ବସାଇବା ପାଇଁ କୁହାଯାଇଥିଲା । ଏହା ସହ ପ୍ରାୟ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ‘ମୋ କାରୀ ବଗିଚା’ ସୃଷ୍ଟି କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ

ଚଳିତ ବର୍ଷ ଅକେଟୋବର ୩୧ ତାରିଖ ସୁଦ୍ଧା ୨,୧୨,୬୮,୦୩୦ଟି ଶ୍ରମ ଦିବସ ବା ରୋଜଗାର ଦିବସ ସୃଷ୍ଟି କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧,୦୮,୬୭,୦୪୧ ଟି ରୋଜଗାର ଦିବସ ସୃଷ୍ଟି କରାଯିବା ସହ ୩,୧୧,୮୨୭ ଟି ଅଗ୍ରଗତି କରିଛି । ସେହିପରି ଜବ କାର୍ଡ ଉପରେ ମଧ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ବ ଆରୋପ କରିଥିଲେ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ୫,୬୯,୮୪୪ ଟି ଜବ କାର୍ଡ ପଞ୍ଜିକୃତ ହୋଇଥିବେ ବେଳେ ୫,୫୮,୩୨୫ ଟି ଜବ କାର୍ଡ ପ୍ରଦାନ କରାଯାଇଛି ଏବଂ ୩,୩୬,୮୪୦ ଟି ଜବ କାର୍ଡକୁ ସଚଳ କରାଯାଇଥିବା ବେଳେ ୩୭,୭୦୮ ଟି ନୂତନ ଜବ କାର୍ଡ ପ୍ରଦାନ କରାଯାଇଛି । ଏହା ସହ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଚଳ ହୋଇଥିବା ପାସ ବୁକ ଗୁଡିକୁ ତୁରନ୍ତ ସଚଳ କରି ହିତାଧିକାରୀମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଓ.ଏସ୍.ଡି. କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details