ଓଡିଶା

odisha

ETV Bharat / state

ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ

ବ୍ରିଟେନରେ ବ୍ୟାପିଥିବା କୋରୋନାର ନୂଆ ଷ୍ଟ୍ରେନ ନେଇ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

Restriction of living headquarters issued for Ganjam government employees
ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ କୁଲାଙ୍ଗେ

By

Published : Dec 25, 2020, 5:18 PM IST

Updated : Dec 25, 2020, 5:38 PM IST

ବ୍ରହ୍ମପୁର: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଦେଶ ସମେତ ରାଜ୍ୟରେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଜିଲ୍ଲାର କୌଣସି କର୍ମଚାରୀ ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ କୁଲାଙ୍ଗେ

ଜିଲ୍ଲାକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପତ୍ର ମାଧ୍ୟମରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ ଓ ସବଡିଭିଜନାଲ ମାଜିଷ୍ଟ୍ରେଟମାନଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ନୂଆ ଲକ୍ଷଣ ଦେଖାଦେଲେ ବିହୀତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି ।

ବିନା ଅନୁମତିରେ ହେଡକ୍ବାର୍ଟର ଛାଡିବେ ନାହିଁ କର୍ମଚାରୀ: ଜିଲ୍ଲାପାଳ କୁଲାଙ୍ଗେ

ନୂଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଧାର୍ମିକ ସ୍ଥଳଗୁଡିକ ଜାନୁଆରୀ ପ୍ରଥମ ସପ୍ତାହରୁ ଖୋଲିବା ବାବଦରେ ନିଷ୍ପତ୍ତି ନେବା ପାଇଁ ଉପଜିଲ୍ଲାପାଳମାନଙ୍କୁ କହିଛନ୍ତି ଜିଲ୍ଲାପାଳ । ଏପରିକି ସାପ୍ତାହିକ ଛୁଟିରେ ପିକନିକ୍ ଭଳି କାର୍ଯ୍ୟକ୍ରମରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ କେନ୍ଦ୍ର ସମେତ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ପୁଣି ମହାମାରୀର ସାଘାଂତିକ ରୂପକୁ ଏଡାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 25, 2020, 5:38 PM IST

ABOUT THE AUTHOR

...view details