ଓଡିଶା

odisha

ETV Bharat / state

ପଦବୀରୁ ଇସ୍ତଫା ଦେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ପୁରଷୋତ୍ତମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା । ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ପ୍ରଦାନ କରିଛନ୍ତି ନିଜ ଇସ୍ତଫା ପତ୍ର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,ବ୍ରହ୍ମପୁର

By

Published : Oct 26, 2019, 3:44 AM IST

ବ୍ରହ୍ମପୁର:ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ । ଗତ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ବାଚିତ ହୋଇ ଏହି ଦାୟିତ୍ବ ତୁଲାଇ ଆସୁଥିଲେ ।

ପଦବୀରୁ ଇସ୍ତଫା ଦେଲେ ପଞ୍ଚାୟତ ସମିତି ଅଧ୍ୟକ୍ଷ

ଶେଷରେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଣ୍ଡା ଶୁକ୍ରବାର ନିଜର ସମର୍ଥକଙ୍କ ସହ ଜିଲ୍ଲାର ସଦର ମହକୁମା ଛତ୍ରପୁର ଯାଇ ନିଜର ଇସ୍ତଫା ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରଦାନ କରିବା ସହ ଆଗାମୀ ଦିନରେ ଯେଉଁ ବ୍ୟକ୍ତି ଅଧ୍ୟକ୍ଷ ହେବେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details