ଓଡିଶା

odisha

ETV Bharat / state

ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ - ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

କୋରୋନା ସଂକ୍ରମଣ ବୃଦ୍ଧି ପାଇବା ଫଳରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

By

Published : Apr 13, 2021, 3:02 PM IST

ବ୍ରହ୍ମପୁର: ରାଜ୍ୟରେ ଧୀରେ ଧୀରେ ଅଣାୟତ୍ତ ହେବାରେ ଲାଗିଛି କୋରୋନା ସଂକ୍ରମଣ । ତେବେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି । ପୂର୍ବ ପରି ଜିଲ୍ଲାରେ କୋଭିଡର ଦ୍ୱିତୀୟ ଲହରକୁ ନେଇ ନୂତନ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏ ନେଇ ବୁଧବାର ଅର୍ଥାତ୍ 14 ତାରିଖରୁ ଅପ୍ରେଲ ୨୧ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ, ପାର୍କ, ବେଳାଭୂମିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଏଭଳି କରାଯାଇଥିବାବେଳେ ବନ୍ଦ ସମୟରେ ଧର୍ମାନୁଷ୍ଠାନଗୁଡିକୁ ବିଶୋଧନ କରାଯିବ । କେବଳ ମନ୍ଦିରର ପୂଜକମାନେ ନୀତିକାନ୍ତି ଜାରି ରଖିବେ । ଏପରିକି ଜିଲ୍ଲାରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପର୍ବକୁ ସର୍ବସାଧାରଣରେ ପାଳନ ନକରିବାକୁ କୁହାଯାଇଛି । ଏହି ନିୟମ ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details