ଓଡିଶା

odisha

ETV Bharat / state

ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଗଲା ରିଲିଫ ସାମଗ୍ରୀ - cyclone effect in ganjam

ବାତ୍ୟା ‘ୟସ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ୧୦ଟି ଟ୍ରକରେ ଗଞ୍ଜାମ ଜିଲ୍ଲାରୁ ପଠାଗଲା ରିଲିଫ ସହାୟତା । ଶୁଭାରମ୍ଭ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଗଲା ରିଲିଫ ସାମଗ୍ରୀ

By

Published : May 27, 2021, 3:05 AM IST

ବ୍ରହ୍ମପୁର:ବାତ୍ୟା ‘ୟସ’ର ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ୧୦ଟି ଟ୍ରକରେ ଗଞ୍ଜାମ ଜିଲ୍ଲାରୁ ପଠାଗଲା ରିଲିଫ ସହାୟତା । ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା ଆବଶ୍ୟକ ପରିମାଣର ରିଲିଫ ସାମଗ୍ରୀକୁ କ୍ଷତିଗ୍ରସ୍ତ ଅଞ୍ଚଳରେ ବିତରଣ ପାଇଁ ପଠାଯାଇଛି । ଜିଲ୍ଲାପାଳ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କିରଥିଲେ ।

ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଗଲା ରିଲିଫ ସାମଗ୍ରୀ

ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ , ରାସନ ତଥା ଶୁଖିଲା ଖାଦ୍ୟଦ୍ରବ୍ୟ , ମିନାରଲ ପାଣି ବୋତଲ, ମହଜୁଦ ପରିମାଣରେ ବୁଧବାର ସନ୍ଧ୍ୟାରେ ସଦର ମହକୁମ୍ମା ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରୁ ପଠାଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ,ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର ,ବ୍ରହ୍ମପୁର ଉପଜିଲ୍ଲାପାଳ ୱ. କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।ଏହି ଅବସରରେ ଏହି ରିଲିଫ ସାମଗ୍ରୀ ଧରି ଜିଲ୍ଲାପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ରିଲିଫ ବଣ୍ଟନରେ ସହଯୋଗ କରିବା ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details