ଓଡିଶା

odisha

୨୦୨୩ ଫେବୃଆରୀ ଶେଷ ସୁଦ୍ଧା ସରିବ ଋଷିକୁଲ୍ୟାରେ ନିର୍ମାଣଧୀନ ବିଜୁ ସେତୁ

By

Published : Aug 26, 2022, 8:54 AM IST

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଗଞ୍ଜାମ ଗସ୍ତ । ଜିଲ୍ଲାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ । ଜିଲ୍ଲାର ସମସ୍ତ ଯନ୍ତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

ଗଞ୍ଜାମରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ
ଗଞ୍ଜାମରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ

ବ୍ରହ୍ମପୁର:ମା’ ତାରାତାରିଣୀ ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଚିବ ସଞ୍ଜୟ କୁମାର ସିଂ । ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପ୍ରମୁଖ ଶାସନ ସଚିବ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ମନ୍ଦିରର ଉନ୍ନତି ଏବଂ ଏହାର ଚତୁଃପାର୍ଶ୍ଵ ବିକଶିତ କରାଯାଇଥିବା ସୌନ୍ଦର୍ଯ୍ୟକରଣ ଦେଖି ସେ ଖୁସି ପ୍ରକାଶ କରିଛନ୍ତି । ଉପସ୍ଥିତ ଯନ୍ତ୍ରୀମାନଙ୍କୁ କାର୍ଯ୍ୟର ଗତିକୁ ଅଧିକ ତ୍ୱରାନିତ କରି ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତିନୋଟି ଥାକ ବିଶିଷ୍ଟ ପାଚେରୀ କାର୍ଯ୍ୟ କରାଯାଇ ପାହାଡର ସୁରକ୍ଷା ସାଙ୍ଗକୁ ଯାନବାହାନ ରଖିବା ସୁବିଧା କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀମାନେ ଅବଗତ କରାଇଛନ୍ତି ।

ଗଞ୍ଜାମରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ

ମନ୍ଦିର ପାଦଦେଶରେ ବହି ଯାଉଥିବା ଋଷିକୁଲ୍ୟ ନଦୀ ମଧ୍ୟ ଦେଇ ଏକ ସୁଦୀର୍ଘ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସେତୁ ‘ବିଜୁ ସେତୁ’ ଯୋଜନାରେ କାର୍ଯ୍ୟ ଚାଲିଥିବା ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପରିଦର୍ଶନ କରିଛନ୍ତି । ପ୍ରତାପୁର, ହାଣ୍ଡିଘର, ଆଛୁଳି ରାସ୍ତାର ୪ କି.ମି ପରେ ସେତୁକାର୍ଯ୍ୟ ଚାଲିଛି । ୨୦,୯୪,୮୩,୨୭୯ ଟଙ୍କା ବ୍ୟୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରୀ ୭ ତାରିଖ ଦିନଠାରୁ ଏହି ସେତୁ କାର୍ଯ୍ୟ ଚାଲିଛି । ସେତୁଟିର ଦୈର୍ଘ୍ୟ ୩୬୭.୫୬ ମିଟର ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି ।

ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟତ ନିମନ୍ତେ ଅନେକ ସୁବିଧା ହେବ । ପୁରୁଷୋତ୍ତମପୁର ଦେଇ କମ ବାଟ ଅତିକ୍ରମ କରି ଲୋକମାନେ ମା’ଙ୍କର ଦର୍ଶନ ସକାଶେ ପହଞ୍ଚିପାରିବେ । ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ମସିହା ଫେବୃଆରୀ ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ, ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

...view details