ଓଡିଶା

odisha

ETV Bharat / state

MKCGରେ ବିରଳ ଅସ୍ତ୍ରୋପଚାର, ଆଘାତ ଲାଗିଥିବା ବୃହତ୍ତ ଅନ୍ତନଳୀର ଚିକିତ୍ସା କଲେ ଡାକ୍ତରୀ ଟିମ୍ - MKCGରେ ପୁଣି ବିରଳ ଅସ୍ତ୍ରୋପଚାର

MKCGରେ ପୁଣି ବିରଳ ଅସ୍ତ୍ରୋପଚାର ଚିକିତ୍ସା କରି ବିରଳ ଅସ୍ତ୍ରପୋଚାର କଲେ ବ୍ରହ୍ମପୁର ସର୍ଜରୀ ବିଭାଗର ଡାକ୍ତର । ଅଧିକ ପଢନ୍ତୁ

rare operation in MKCG medical
rare operation in MKCG medical

By

Published : May 13, 2023, 3:06 PM IST

rare operation in MKCG medical

ବ୍ରହ୍ମପୁର:ଏମକେସିଜି ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର । ମଳଦ୍ବାରରେ ଜୋର ଜବରଦସ୍ତ ପମ୍ପ ମେଟାଲ ଭର୍ତ୍ତି କରିଦେବା ଫଳରେ ରୋଗୀର ବୃହତ୍ତ ଅନ୍ତନଳୀରେ ଆଘାତ ଲାଗିଥିଲାଷ ତେବେ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବାରେ ସଫଳ ହୋଇଛନ୍ତି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ । ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅସ୍ତ୍ରୋପଚାର ପରେ ରୋଗୀ ଜଣଙ୍କ ସୁସ୍ଥ ରହିଛନ୍ତି ।

ଘଟଣା ରହିଥିଲା ଏପରି: ଫୁଲବାଣୀ ଅଞ୍ଚଳରେ ଏକ ଗ୍ୟାରେଜ କରି ବିଭିନ୍ନ ଯାନବାହନକୁ ମରାମତି କରି ଆସୁଥିବା ୪୫ ବର୍ଷୀୟ ମୃତ୍ୟୁଞ୍ଜୟ ପାତ୍ର ଚଳିତ ମାସ ୯ ତାରିଖରେ ସନ୍ଧ୍ୟା ସମୟରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର କାଜୁଆଲଟିରେ ଭର୍ତ୍ତି ହୋଇଥିଲେ । ସାଇକେଲ ପମ୍ପ ମେଟାଲକୁ ଜୋର ଜବରଦସ୍ତ ପସାଇ ମଳଦ୍ୱାରରେ ମଧ୍ୟ ପମ୍ପ ଦିଆଯାଇଥିବାରୁ ପେଟ ଫୁଲି ଯାଇଥିଲା । ହସ୍ପିଟାଲରେ ଭର୍ତ୍ତି କରାଯିବା ସମୟରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା । ଶରୀର ମଧ୍ୟରେ ରହିଥିବା ଅନ୍ତନଳୀର ୨୦ ମିଟର ଉପରକୁ ରହିଥିବା ବୃହତ୍ତ ଅନ୍ତନଳୀଟି ମଧ୍ୟ ସଂପୂର୍ଣ୍ଣ କ୍ଷତି ଘଟିବା ସହିତ ଏହା ଫାଟି ଯାଇଥିଲା । ଏହି ସମସ୍ତ କାରଣରୁ ଅନ୍ତନଳୀରୁ ପବନ୍ ଲିକ୍ ହେବା ସହିତ ରୋଗୀଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଏହାପରେ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଶିବ ପ୍ରସାଦ ଦାଶଙ୍କ ନେତୃତ୍ୱରେ ସର୍ଜରୀ ଏବଂ ନିଶେତକ ବିଭାଗକୁ ନେଇ ଗଠିତ ଟିମ୍ ସମସ୍ତ ପ୍ରକାର ପରୀକ୍ଷା କରିବା ସହ ଏକ୍ସରେ ଓ ସିଟିସ୍କାନ୍ କରାଯାଇ ଅସ୍ତ୍ରୋପଚାର କରାଯାଇ ଅନ୍ତନଳୀ ସିଲେଇ କରାଯାଇଥିଲା । ଏହି ସଫଳ ଅସ୍ତ୍ରୋପଚାର ପରେ ବର୍ତ୍ତମାନ ରୋଗୀ ମୃତ୍ୟୁଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସେ ବର୍ତ୍ତମାନ ସେ ଏମ୍.କେ.ସି.ଜି ମେଡିକାଲର ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି ।


ଅସ୍ତ୍ରପଚାରରେ ରହିଥିବା ଡାକ୍ତରୀ ଟିମ୍:ଏହି ଅସ୍ତ୍ରପଚାରରେ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଶିବପ୍ରସାଦ ଦାଶଙ୍କ ନେତୃତ୍ୱରେ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଡାକ୍ତର ଅଭିଳାଷ ପଣ୍ଡା, ଡାକ୍ତର ଭି.ରାଜେଶ ଏବଂ ନିଶାତକ ବିଭାଗର ଡାକ୍ତର ଜଗଦୀପ ନାୟକ, ଡାକ୍ତର ଶିବାଙ୍ଗୀ, ଡାକ୍ତର ପ୍ରଭାତି ମିଶ୍ରଙ୍କ ସମେତ ବହୁ ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ସମୟରେ ମଳଦ୍ୱାରରେ ଗଭୀର ଆଘାତ ଲାଗିଥିବାରୁ ଅନ୍ୟ ଏକ ବାଟ କରାଯାଇ ମଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି ।


ଥାନାରେ ମାମଲା:ଏମ୍.କେ.ସି.ଜିରେ ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି ଡାକ୍ତରୀ ଦଳ କହିବା ସହ ମଳଦ୍ୱାର ପଟେ ରୋଗୀଙ୍କ ଶରୀରରେ କିଏ ପମ୍ପ ମେଟାଲକୁ ଜୋର ଜବରଦସ୍ତ ପୁରାଇଲା ଏବଂ ମଳଦ୍ୱାର ପଟରେ କିଏ ପମ୍ପ ଦେଲା ତାହାକୁ ନେଇ ରୋଗୀ କିମ୍ୱା ତାଙ୍କ ସମ୍ପର୍କୀୟଙ୍କ ଠାରୁ ସେଭଳି କୌଣସି ସ୍ପଷ୍ଟ ଉତ୍ତର ନମିଳିବା ପରେ ଏହାକୁ ନେଇ ସର୍ଜରୀ ବିଭାଗୀୟ ମୁଖ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାକୁ ଅବଗତ କରାଯାଇଥିବା କହିଛନ୍ତି । ସେପଟେ ରୋଗୀଙ୍କର ମଳଦ୍ୱାରରେ ଏପରି ଜବରଦସ୍ତ ମଳଦ୍ୱାରରେ ପୁରାଇ ପମ୍ପ ମାରିଦିଆଯିବା ପରେ ଏହାର କାରଣ ସଂପର୍କରେ ମଧ୍ୟ ସେମାନେ ସ୍ଥାନୀୟ ମେଡିକାଲ କିମ୍ୱା ପୋଲିସକୁ ଅବଗତ ନକରାଇ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମ୍.କେ.ସି.ଜିକୁ ଆସିଯାଇଥିବା ଜଣାଯାଇଛି । ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗତ କିଛି ମଧ୍ୟରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ତିନି ତିନୋଟି ସର୍ଜରୀ ବିଭାଗର ଅସ୍ତ୍ରୋପଚାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗତ ଏକ ମାସ ତଳେ ଜଣେ କନ୍ଧମାଳ ଜିଲ୍ଲାର କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣନଗର ଅଞ୍ଚଳର ୧୭ ବର୍ଷୀୟ ନାବାଳକ ନିଜ ଘରର ଆଜବେଷ୍ଟ ସଜାଡୁଥିବା ବେଳେ ହଠାତ୍ ତାହା ଭାଙ୍ଗିଯିବା ଯୋଗୁଁ ସେଠାରେ ତଳେ ରହିଥିବା ଏକ ବଡ ଲୁହାର ଶାବଳ ନାବାଳକର ମଳଦ୍ୱାର ଦେଇ ଶରୀରର ପେଟ ମଧ୍ୟକୁ ପଶି ଯାଇଥିଲା । ଗୁରୁତର ଅବସ୍ଥାରେ ନାବାଳକକୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଭର୍ତ୍ତୀ କରାଯିବା ପରେ ସେଠାରୁ ବ୍ରହ୍ମପର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା ପରେ ସର୍ଜରୀ ବିଭାଗର ଟିମ୍ ନାବାଳକର ଅବସ୍ଥା ଦେଖିବା ପରେ ତୁରନ୍ତ ଅସ୍ତ୍ରୋପଚାର କରି ମେଡିକାଲର ସର୍ଜରୀ ଏବଂ ନିଶାତକ ବିଭାଗର ଡାକ୍ତରୀ ଟିମର ଉଦ୍ୟମରେ ନାବାଳକର ଶରୀର ମଧ୍ୟରୁ ତିନି ରୁ ଚାରି ଫୁଟ ଲମ୍ୱର ଲୁହାର ଶାବଳକୁ ବାହାର କରିବାରେ ସକ୍ଷମ ହୋଇଥିଲେ ।

ସେହିପରି ଗତବର୍ଷ ଅଗଷ୍ଟ ମାସରେ ବ୍ରହ୍ମପୁର ଏମ୍.କେ.ସି.ଜିର ସର୍ଜରୀ ବିଭଗ ପକ୍ଷରୁ ସୁରଟରେ ରହି ଆସୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିର ପେଟ ମଧ୍ୟରୁ ଏକ ବିରଳ ଅସ୍ତ୍ରୋପଚାର କରି ଦୁଇ ଶହ ମିଲିଗ୍ରାମ ଜଳ ଧାରଣା କରୁଥିବା ଷ୍ଟିଲ ଗ୍ଲାସକୁ ବାହାର କରାଯାଇଥିଲା । ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବାଲିପଦର ଅଞ୍ଚଳର ଏହି ବ୍ୟକ୍ତି ଜଣଙ୍କ ସୁରଟରେ ରହି କାର୍ଯ୍ୟ କରୁଥିବା ବେଳେ ସେଠାରେ ରହୁଥିବା କିଛି ମଦ୍ୟପ ବ୍ୟକ୍ତିବିଶେଷ ମାନେ ଜଣେ ମଦ ନିଶାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ନେଇ ଯୋର ଜବରଦସ୍ତ ମଳଦ୍ବାର ମଧ୍ୟରେ ଏଭଳି ଏକ ଷ୍ଟିଲ ଗ୍ଲାସକୁ ଶରୀର ମଧ୍ୟରେ ଭର୍ତ୍ତି କରି ଦେଇଥିଲେ । ଯାହାକୁ ନେଇ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଧିକ ଯନ୍ତ୍ରଣା ସହ୍ୟ କରିନପାରି ଟ୍ରେନ ଯୋଗେ ନିଜ ଗ୍ରାମରେ ପହଞ୍ଚିବା ପରେ ସେଠାରୁ ଏମ୍.କେ.ସି.ଜିରେ ପହଞ୍ଚିଥିଲେ । ପ୍ରାୟ ୧୦ ଦିନ ଧରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଏମ୍.କେ.ସି.ଜି ମେଡିକାଲ କଲେଜରେ ସର୍ଜରୀ ବିଭାଗର ଡାକ୍ତରୀ ଦଳ ପ୍ରାୟ ୪୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଧରି ଅସ୍ତ୍ରୋପଚାର କରିବା ପରେ ପେଟରୁ ଏହି ଗ୍ଲାସକୁ ବାହାର କରିବାରେ ସଫଳ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details