ଓଡିଶା

odisha

ETV Bharat / state

ରାମେୟାପାଟଣା ଅଞ୍ଚଳର ସ୍ଥାୟୀ ସମାଧାନ ପାଇଁ ଯୋଜନା

ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାମେୟାପାଟଣା ଗ୍ରାମରେ ସମୁଦ୍ର ଦିନକୁ ଦିନ କୂଳ ଖାଉଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ବୃଦ୍ଧି ପାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 2, 2019, 3:38 AM IST

ଗଞ୍ଜାମ: ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ରାମେୟାପାଟଣା ଗ୍ରାମରେ ସମୁଦ୍ର ଦିନକୁ ଦିନ କୂଳ ଖାଉଥିବା ନେଇ ବିଭିନ୍ନ ମହଲରେ ଚିନ୍ତା ବୃଦ୍ଧି ପାଇଥିଲା । ଇତି ମଧ୍ୟରେ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉଭୟ ଜିଲ୍ଲାପ୍ରଶାସନ ଏବଂ ନିର୍ବାଚିତ ପ୍ରତିନିଧି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ସ୍ଥାନୀୟ ବିଧାୟିକା ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି । ତେବେ ଓ.ଡି.ଆର୍ .ପି ଯୋଗାଇ ଦିଆଯାଇଥିବା ଗୃହ ଗୁଡିକରେ ଗୋଟିଏ ଲେଖାଏଁ ବଖରା ରହିଥିବାରୁ ସେହି ଘରେ ଅନ୍ୟ ଏକ ବଖରା କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଅନ୍ୟପଟେ ପୋତିହୋଇ ରହିଥିବା ମୁହାଣକୁ ଖନନ ସହିତ ସମୁଦ୍ର କୂଳରେ ବଡ ବଡ ପଥର ପକ୍କାଯାଇ ସୁରକ୍ଷା ପ୍ରାଚୀର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।

ସେପଟେ ଜିଲ୍ଲାପାଳଙ୍କ କହିବା କଥା ଯେଉଁ ମାନଙ୍କୁ ଗୃହ ମିଳିପାରିନାହିଁ ସେମାନଙ୍କ ତାଲିକା କରାଯାଇଛି । ଖୁବଶୀଘ୍ର ତାଙ୍କୁ ଗୃହ ପ୍ରଦାନ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details