ଓଡିଶା

odisha

ETV Bharat / state

ବର୍ଷା ଧୋଇନେଲା ବାଟ, ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ବିଛିନ୍ନ

ଗଞ୍ଜାମ ଜିଲ୍ଲାର ଚଢ଼େୟାପଲ୍ଲୀ ବୋଡା ନଦୀର ଡାଇଭର୍ସନ ରାସ୍ତା ବର୍ଷାରେ ଧୋଇଯାଇଛି । ପ୍ରଥମରୁ ବୋଡା ନଦୀ ପୋଲ କାମ ଚାଲୁଥିବା ବେଳେ ଡାଇଭର୍ସନ ରାସ୍ତାଟି ଧୋଇଯିବା ପରେ ବେଲଗୁଣ୍ଠା-ବାଲିପଦର ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

By

Published : Aug 8, 2019, 1:48 PM IST

ଭଞ୍ଜନଗର: ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ ଚଢ଼େୟାପଲ୍ଲୀ ବୋଡା ନଦୀର ଡାଇଭର୍ସନ ରାସ୍ତା ଭାସିଯାଇଛି । ଯାହାଦ୍ବାରା ଯାତାୟାତ ସମ୍ପୁର୍ଣ୍ଣ ଠପ ହେବା ସହ ବେଲଗୁଣ୍ଠା ବାଲିପଦର ଯୋଗାଯୋଗ ବିଛିନ୍ନ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଚଳିତ ବର୍ଷ ବୋଡା ନଦୀର ପୁରୁଣା ବ୍ରିଜକୁ ଭଙ୍ଗାଯାଇ ନୂତନ ବ୍ରିଜ କାମ ଚାଲୁ ଥିବାରୁ ଉକ୍ତ ଡାଇଭର୍ସନ ରାସ୍ତା ଦେଇ ଲୋକେ ଚଳପ୍ରଚଳ କରିବା ସହିତ ଗାଡି ଚଳାଚଳ କରୁଥିଲେ । ଲଗାଣ ବର୍ଷାରେ ଗୁରୁବାର ସକାଳେ ପ୍ରବଳ ପାଣି ଆସିବାରୁ ଡାଇଭର୍ସନଟି ଭାସି ଯାଇଛି। ତେବେ ପୋଲ କାମ ଚାଲୁଥିବା ସହ ଡାଇଭର୍ସନ ରାସ୍ତାଟି ଭାଙ୍ଗି ଯିବା ପରେ ସାଧାରଣ ଜୀବନଯାତ୍ରା ବହୁମାତ୍ରାରେ ପ୍ରଭାବିତ ହୋଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details