ଓଡିଶା

odisha

By

Published : Nov 19, 2022, 9:20 AM IST

ETV Bharat / state

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା, ଅଭିଯୁକ୍ତଙ୍କ ମଧ୍ୟରେ BJDର ଛାତ୍ର ନେତା

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । । ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ବିଜେଡିର ନେତୃବୃନ୍ଦ କର୍ମକର୍ତ୍ତା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ବ୍ରହ୍ମପୁର:ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣା । ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ତିନି ଜଣ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିର ନେତୃବୃନ୍ଦ କର୍ମକର୍ତ୍ତା ହୋଇଥିବା ଜଣାପଡିଛି । ଯାହାକୁ ନେଇ ଉଷ୍ମ ହୋଇଛି ରାଜନୀତି । ମୁଖ୍ୟ ଅଭିଯୁକ୍ତ ଛାତ୍ର ନେତା ଅଭିଶେଷ ନାୟକ ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ କମିଟିର କନଭେନର ରହିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସିଦ୍ଧାର୍ଥ ନାୟକ ଅରଲେଟିକ ବିଭାଗର ପ୍ରତିନିଧି ରହିଛନ୍ତି । ସୋସିଆଲ ମିଡିଆରେ ଉକ୍ତ ତାଲିକା ଆସିବା ପରେ ଏହାକୁ ନେଇ ରାଜ୍ୟ ଛାତ୍ର ବିଜେଡି ପକ୍ଷରୁ ଏଭଳି ଘଟଣାକୁ ନିନ୍ଦା କରାଯିବା ସହିତ ସଂପୃକ୍ତ ଛାତ୍ରନେତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ଏନେଇ ମହାନଗର ଛାତ୍ର ବିଜେଡି ପ୍ରତିନିଧି ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଲିଖିତ ଭାବରେ ଅବଗତ କରାଯାଇଛି । ସେପଟେ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା ଦିଆଯିବା ଘଟଣା ସବୁ ସୀମା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଏଥି ସହିତ ଏକ ପ୍ରତନିଧି ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ୧୨ ଜଣ ସିନିଅର ଛାତ୍ରଛାତ୍ରୀ ମିଶି ଯୁକ୍ତଦୁଇ ବିଜ୍ଞାନ ବର୍ଷର ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଥିଲା ।ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରିଥିଲା ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି । ଗୁରୁବାର ବାକିଥିବା ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଘଟଣାକୁ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଗୁରୁତ୍ବର ସହ ନେଇଛି । କଲେଜର ଆଣ୍ଟି ରାଗିଂ କମିଟି ରାଗିଂ ଘଟଣାରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ବାଧ୍ୟତାମୂଳକ ଭାବେ ଟିସି ଦେଇ ବହିଷ୍କାର କରାଯାଇଥିଲା ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁରରେ ରାଗିଂ ଘଟଣା, କଲେଜରୁ ବିଦା ହେଲେ ସମସ୍ତ ଅଭିଯୁକ୍ତ

ଭାଇରାଲ୍ ହୋଇଥିବା ରାଗିଂ ଭିଡିଓରେ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଇଥିଲା । ଜୁନିଅର ଛାତ୍ରଛାତ୍ରୀଙ୍କୁ ଜଣେ ସିନିଅର ଛାତ୍ର ରାଗିଂ କରୁଥିଲେ । ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଏହାର ବିରୋଧ କରିବା ବଦଳରେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସ୍କ୍ବାଡ ଅନେକଥର ରାଗିଂ ନକରିବା ପାଇଁ ପରାମର୍ଶ ଦେଇଥିଲେ ସୁଦ୍ଧା ପୁଣି ଏପରି ଘଟଣା ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details