ଓଡିଶା

odisha

ETV Bharat / state

ବିନାୟକ ଆଚାର୍ଯ୍ୟ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଘରୋଇ କଲେଜ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ କଲେଜ କମିଟି ପକ୍ଷରୁ କରାଯିବ ତଦନ୍ତ

ବିନାୟକ ଆଚାର୍ଯ୍ୟ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ
ବିନାୟକ ଆଚାର୍ଯ୍ୟ ପରେ ଖଲ୍ଲିକୋଟ ଜୁନିଅର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

By

Published : Nov 19, 2022, 4:30 PM IST

ବ୍ରହ୍ମପୁର:ଘରୋଇ କଲେଜରେ ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣାକୁ ସପ୍ତାହେ ନପୁରୁଣୁ ଆସିଛି ଆଉ ଏକ ରାଗିଂ ଅଭିଯୋଗ । ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜରେ ଜଣେ ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣଙ୍କ କଲେଜର ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବରେ ଅବଗତ କରିଛନ୍ତି । ଏହି ଅଭିଯୋଗକୁ ନେଇ ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ବିନାୟକ ଆଚାର୍ଯ୍ୟ ପରେ ଖଲ୍ଲିକୋଟ ଜୁନିୟର କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ଗତ କିଛି ଦିନ ଧରି ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ ହେଉଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଯୁକ୍ତଦୁଇ ପ୍ରଥମ ବର୍ଷର କଳା ବିଭାଗର ଛାତ୍ରୀଙ୍କୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ କ୍ରମାଗତ ଭାବରେ କ୍ଲାସ ରୁମ୍‌ରେ ବିଭିନ୍ନ ପ୍ରକାର ଗାଳିଗୁଳଜ କରୁଛନ୍ତି । ଏହା ସହିତ ସହିତ କ୍ଲାସ ରୁମ୍ ବାହାରେ ମଧ୍ୟ ସିନିଅରମାନେ ହଇରାଣ କରି ରାଗିଂ କରୁଥିବା ନେଇ ଛାତ୍ରୀ ଜଣଙ୍କ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ସେପଟେ କଲେଜ ଅଧ୍ୟକ୍ଷଙ୍କ କହିଛନ୍ତି ଗତ ସେପ୍ଟେମ୍ବର ମାସରେ ମଧ୍ୟ ମହାବିଦ୍ୟାଳୟରେ ଅନ୍ୟ ଏକ ରାଗିଂ ଅଭିଯୋଗ ଆସିଥିଲା । ଯାହା କଲେଜ କର୍ତ୍ତୃପକ୍ଷ ଏହାକୁ ନେଇ ଆଣ୍ଟିଂ ରାଗିଂ କମିଟି ବୈଠକରେ ଆଲୋଚନା କରିଥିଲେ । ଏଥିରେ ସଂପୃକ୍ତ ରହିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଅବଗତ କରାଯିବା ସହିତ ସେମନାଙ୍କୁ କିଛି ଦିନ ପାଇଁ କଲେଜରୁ ସସ୍‌ପେଣ୍ଡ୍‌ କରାଯାଇଥିଲା । ଏପରିକି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସକୁ ଅବଗତ କରାଯାଇଥିଲା । କଲେଜ ପରିସରରେ କିପରି ରାଗିଂ ନହେବ ସେନେଇ ଅନେକ ସଚେତନତା ସହିତ କମିଟି ନଜର ରଖିଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details