ଓଡିଶା

odisha

ETV Bharat / state

କୁଚିପୁଡି ଓ ଭାରତନାଟ୍ୟମରେ ନିପୁଣ ନୃତ୍ୟଶିଳ୍ପୀ ରାଧେଶ୍ୟାମ, ପାଇଛନ୍ତି ଅନେକ ସମ୍ମାନ - ଗଞ୍ଜାମ ଖବର

କୁଚିପୁଡି, ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରି ଗଞ୍ଜାମରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ରାଧେଶ୍ୟାମ ତରାଇ । ଅଧିକ ପଢନ୍ତୁ

ନିପୁଣ ନୃତ୍ୟଶିଳ୍ପୀ ରାଧେଶ୍ୟାମ
ନିପୁଣ ନୃତ୍ୟଶିଳ୍ପୀ ରାଧେଶ୍ୟାମ

By

Published : Sep 2, 2022, 7:28 PM IST

Updated : Sep 2, 2022, 8:52 PM IST

ବ୍ରହ୍ମପୁର:ଦକ୍ଷିଣ ଭାରତର କୁଚିପୁଡି ଏବଂ ଭାରତନାଟ୍ୟମ୍ ନୃତ୍ୟ ପରିବେଷଣ କରି ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଯୁବ ନୃତ୍ୟଶିଳ୍ପୀ ରାଧେଶ୍ୟାମ ତରାଇ । ପିଲାଟି ଦିନରୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଲୋକନୃତ୍ୟ ଘୁଡୁକି , ଓଡିଶୀ ପରିବେଷଣ କରିବା ପରେ କୁଚିପୁଡି ଓ ଭାରତନାଟ୍ୟମ୍ ନୃତ୍ୟ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଥିଲେ । ଇତି ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଜାତୀୟ ବୃତ୍ତି ପାଇବା ସହିତ ଦେଶ ତଥା ବିଦେଶରେ ଅନେକ ପ୍ରଶଂସିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁ ବ୍ଲକର ଭାଟଖୁମରଡା ଗ୍ରାମର ରାଧେଶ୍ୟାମ ତରାଇ ଦେଶର ଆଗାମୀ ଭବିଷ୍ୟତର ନୂତନ ପ୍ରତିଭାମାନଙ୍କୁ ଏହି କ୍ଷେତ୍ରରେ ପ୍ରେରଣା ଯୋଗାଉଛନ୍ତି ।

କୁଚିପୁଡି ଓ ଭାରତନାଟ୍ୟମରେ ନିପୁଣ ନୃତ୍ୟଶିଳ୍ପୀ ରାଧେଶ୍ୟାମ, ପାଇଛନ୍ତି ଅନେକ ସମ୍ମାନ

ପିଲାଟି ଦିନରୁ କଳା ଓ ସଂସ୍କୃତି ପ୍ରତି ତାଙ୍କର ବିଶେଷ ଆଦର ରହିଥିଲା । ଏଣୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଲୋକନୃତ୍ୟ ଘୁଡୁକି ପରିବେଷଣ କରିବା ଆରମ୍ଭ କରିଥିଲେ । ହେଲେ ତାଙ୍କର ମନ ମଧ୍ୟରେ ରହିଥିଲା ଦକ୍ଷିଣ ଭାରତର କୁଚିପୁଡି ଏବଂ ଭାରତନାଟ୍ୟମ୍ ନୃତ୍ୟକୁ କିପରି ଶିଖିବେ ଏହାପରେ ଆରମ୍ଭ ହୋଇଥିଲା ଯାତ୍ରା ଯାହାକୁ ନେଇ ସ୍ଥାନୀୟ ନୃତ୍ୟ ଗୁରୁ ଲକ୍ଷ୍ମଣ କୁମାର ଦାସଙ୍କଠୁ ଏହି ନୃତ୍ୟ ଶିକ୍ଷା ଗ୍ରହଣ କରିବା ପରେ ଆଉ ପଛକୁ ଫେରି ନାହାନ୍ତି ସେ । ଏହି ଯୁବ କଳାକର ଜଣଙ୍କ ଦେଶର ବିଭିନ୍ନ କୋଣ ଅନୁକୋଣରେ କୁଚିପୁଡି ଏବଂ ଭାରତନାଟ୍ୟମ୍ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏପରିକି ରାଧେଶ୍ୟାମ କୁଚିପୁଡି ଏବଂ ଭାରତନାଟ୍ୟମ୍ ରେ ଆହୁରୀ ଅଧିକ ଶିକ୍ଷା ଗ୍ରହଣ କରିବା ପାଇଁ ଚେନ୍ନାଇ ରହିଥିବା କଳାକ୍ଷେତ୍ର ଫାଉଣ୍ଡସନରେ ପଦ୍ମଶ୍ରୀ ଗୁରୁ ସରଲ୍ ମେର୍ସି , ପଦ୍ମଶ୍ରୀ ଗୁରୁ ଯୋଗେଶ୍ୱରୀ, ପଦ୍ମଶ୍ରୀ ସି.ଭି.ରମଣା ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରି ଡିଗ୍ରୀ ଶେଷ କରିଥିବା ବେଳେ ଭାରତନାଟ୍ୟମ୍ ରେ ଏମ୍.ଏ ଶିକ୍ଷା ଗ୍ରହଣ କରିବେ ବୋଲି କହିଛନ୍ତି । ଏଥିସହ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଗ୍ରହଣ ପାଇଁ ଜଣେ ବିଦ୍ୟାର୍ଥୀଙ୍କୁ ଅଙ୍ଗ ସୁଦ୍ଧି କରିବାକୁ ବହୁ ପରିଶ୍ରମର ଆବଶ୍ୟକତା ରହିଥିବାରୁ ଏହି କଳା ପ୍ରତି ଆଗ୍ରହୀ ନୂତନ ପ୍ରତିଭାମାନଙ୍କୁ ପ୍ରରେଣା ପ୍ରଦାନ କରିବା ପାଇଁ ସେ ନିଜେ ଶିକ୍ଷାଦାନ କରିବା ସହିତ ନିଜର ଅଭ୍ୟାସ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ...ରାଜ୍ୟ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ପାଇଁ ନବୀନ ଏକ ନମ୍ବର: ବିଜେଡି

ଜାତୀୟ ଯୁବ ମହୋତ୍ସବରେ ଦୁଇ ଥର ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛନ୍ତି । ପିତା ନୀଳକଣ୍ଠ ତରାଇ ଓ ମାତା ରମାଦେବୀଙ୍କ ପୁତ୍ର ରାଧେଶ୍ୟାମ 1991 ମସିହା ଜୁଲାଇ 7 ତାରିଖରେ ଜନ୍ମ ହୋଇଥିଲେ । ପ୍ରାଥମିକ ଶିକ୍ଷା ପରେ କଲେଜ ଶିକ୍ଷା ଓ ପରେ ସିଭିଲ୍ ଇଞ୍ଜିନିୟରିଙ୍ଗରେ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିସାରିଛନ୍ତି । ଜଣେ ପ୍ରମୁଖ କଳାକାର ଭାବରେ ଜାରି ରଖିଛନ୍ତି ଉଦ୍ୟମ । ବାପା ଜଣେ ପ୍ରସିଦ୍ଧ ଲୋକନୃତ୍ୟ ଘୁଡୁକି ପ୍ରତିଷ୍ଠାତା କଳାକର ହୋଇଥିବାରୁ ସେ ତାହାକୁ ଆଗାମୀ ଦିନରେ ବଜାୟ ରଖିବା ସହିତ ବ୍ରହ୍ମପୁର ସହରରେ ଦକ୍ଷିଣ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ପ୍ରଚାର ପ୍ରସାର କରାଇବାକୁ ଲକ୍ଷ୍ୟ ରଖିଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ଗଞ୍ଜାମରେ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ରାଧେଶ୍ୟାମଙ୍କ ଏପରି ନୃତ୍ୟ ପରିବେଷଣକୁ ନେଇ ପରିବାର ବର୍ଗ ବେଶ ଖୁସି ବୋଲି କହିଛନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଘୁଡୁକି ଠାରୁ ଆରମ୍ଭ କରି କୁଚିପୁଡି ଓ ଭାରତନାଟ୍ୟମ୍ ପରିବେଷଣ କରି ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ଯୁବଶିଳ୍ପୀ । ଆଗାମୀ ଦିନରେ ଏହି କ୍ଷେତ୍ରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛନ୍ତି ସେ । ଏହି କ୍ଷେତ୍ରରେ ସରକାରଙ୍କ ପ୍ରୋତ୍ସାହନ ରହିଲେ ଅଧିକ ସଫଳତା ମିଳିପାରିବ ବୋଲି ଆଶା ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Sep 2, 2022, 8:52 PM IST

ABOUT THE AUTHOR

...view details