ଓଡିଶା

odisha

ETV Bharat / state

ଆହାରକେନ୍ଦ୍ର କର୍ମଚାରୀଙ୍କ ଛଟେଇକୁ ନେଇ ପ୍ରତିବାଦ ଓ ଧାରଣା - protest in ganjam

ଗଞ୍ଜାମ ଜିଲ୍ଲାର ସମସ୍ତ ଆହାର କେନ୍ଦ୍ରରେ କାର୍ଯ୍ୟ କରି ଆସୁଥିବା ଆହାର କେନ୍ଦ୍ରର କର୍ମଚାରୀଙ୍କୁ ହଠାତ୍ ଛଟେଇ ପ୍ରତିବାଦରେ ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ । ପୁନଃଥଇଥାନ ଦାବି । ପଢନ୍ତୁ ଅଧିକ....

ଆହାର କେନ୍ଦ୍ର କର୍ମଚାରୀଙ୍କ ଥାଇଥାନ କରିବା ଦାବୀରେ ପ୍ରତିବାଦ
ଆହାର କେନ୍ଦ୍ର କର୍ମଚାରୀଙ୍କ ଥାଇଥାନ କରିବା ଦାବୀରେ ପ୍ରତିବାଦ

By

Published : Nov 9, 2020, 6:16 PM IST

ବ୍ରହ୍ମପୁର: ଦୀର୍ଘ ପାଞ୍ଚ ବର୍ଷ ଧରି ଗଞ୍ଜାମ ଜିଲ୍ଲାର ସମସ୍ତ ଆହାର କେନ୍ଦ୍ରରେ କାର୍ଯ୍ୟ କରି ଆସୁଥିବା ଆହାର କେନ୍ଦ୍ରର କର୍ମଚାରୀଙ୍କୁ ହଠାତ୍ ଛଟେଇ କରାଯାଇଥିବାରୁ ତୁରନ୍ତ ଥାଇଥାନ କରିବା ଦାବି ନେଇ ପ୍ରତିବାଦ । ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ସହ ଧାରଣାରେ ବସିଲେ ଛଟେଇ ହୋଇଥିବା କର୍ମଚାରୀମାନେ । ବିକ୍ଷୋଭକାରୀମାନେ ବିନା କାରଣରେ ସେମାନଙ୍କୁ ବାହାର କରାଯାଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦେବାକୁ ବିରୋଧ କରିଛନ୍ତି ।

ଆହାରକେନ୍ଦ୍ର କର୍ମଚାରୀଙ୍କ ଛଟେଇକୁ ନେଇ ପ୍ରତିବାଦ ଓ ଧାରଣା

କୋରୋନା ମହାମାରୀ ସମୟରେ କାର୍ଯ୍ୟ କରି ଆସୁଥିବା ଏହି କର୍ମଚାରୀମାନେ ଗତ ସାତ ମାସର ଦରମା ପାଇନଥିବାବେଳେ ଏପରି ସ୍ଥଳେ କାର୍ଯ୍ୟରୁ ବାହାର କରି ଦିଆଯାଇଥିବାରୁ କିପରି ପରିବାର ପରିପୋଷଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଏହି ଛଟେଇ କର୍ମଚାରୀ ମାନେ । ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କୁ ଅବଗତ କରିବା ପରେ ଶେଷରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ସରକାରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଆହାର କେନ୍ଦ୍ରର ଛଟେଇ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details