ବ୍ରହ୍ମପୁର: ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଜନବିରୋଧୀ ଓ ଛାତ୍ର ବିରୋଧୀ ନୂତନ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର କରିବା ଦାବି । ଏନେଇ ଗୁରୁଦିବସ ଅବସରରେ ଏସ୍.ଏଫ୍.ଆଇ ଓ ଡି.ୱାଇ.ଏଫ୍.ଆଇ ପକ୍ଷରୁ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି ।
ଶିକ୍ଷା ବଞ୍ଚାଅ ଦାବି ନେଇ ବ୍ରହ୍ମପୁରରେ ପ୍ରତିବାଦ - ବ୍ରହ୍ମପୁର
ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ବିଭିନ୍ନ ଦାବି ନେଇ ଏସ୍.ଏଫ୍.ଆଇ ଓ ଡି.ୱାଇ.ଏଫ୍.ଆଇ ପକ୍ଷରୁ ବ୍ରହ୍ମପୁର ଠାରେ ପ୍ରତିବାଦ କରାଯାଇଛି । ଅଧିକ ପଢ଼ନ୍ତୁ...
ଶିକ୍ଷା ବଞ୍ଚାଅ ଦାବି ନେଇ ବ୍ରହ୍ମପୁରରେ ପ୍ରତିବାଦ
ଶିକ୍ଷା ବଞ୍ଚାଅ ଦାବି ନେଇ ବ୍ରହ୍ମପୁରରେ ପ୍ରତିବାଦ
ଶିକ୍ଷା ବଞ୍ଚାଅ ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେବା ସହିତ ଜିଡିପିର 6 ପ୍ରତିଶତ ଶିକ୍ଷା ପାଇଁ ବ୍ୟୟ ବରାଦ କରିବା, ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ ବନ୍ଦ କରିବା, ବୈଜ୍ଞାନିକ ଗୁଣାତ୍ମକ ଶିକ୍ଷା ପାଠ୍ୟକ୍ରମ କରିବା ଭଳି ଦାବିକୁ ନେଇ ସଙ୍ଗଠନ ପକ୍ଷରୁ ସହରର ଗିରିରୋଡସ୍ଥିତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ