ଓଡିଶା

odisha

ETV Bharat / state

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ: ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିଲେ ପ୍ରାଥମିକ ସ୍କୁଲ୍‌ ଶିକ୍ଷକ - ଏବେବି ରାଜ୍ୟରୁ ହଟି ନାହିଁ ଠିକା ନିଯୁକ୍ତି

ଏବେବି ରାଜ୍ୟରୁ ହଟି ନାହିଁ ଠିକା ନିଯୁକ୍ତି । ଠିକା ନିଯୁକ୍ତିରେ କାର୍ଯ୍ୟ କରିଥିବା ୬ ବର୍ଷରକୁ ସର୍ଭିସ୍ ପରିୟଡ୍ ମଧ୍ୟରେ ସାମିଲ କରିବା ଦାବି କରିଛନ୍ତି ଶିକ୍ଷକ ସଂଘ । ଅଧିକ ପଢ଼ନ୍ତୁ

ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିଲେ ଶିକ୍ଷକ
ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିଲେ ଶିକ୍ଷକ

By

Published : Mar 16, 2023, 5:13 PM IST

ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିଲେ ଶିକ୍ଷକ

ବ୍ରହ୍ମପୁର: ସରକାରଙ୍କର ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ । ଠିକା ନିଯୁକ୍ତି ଉଠାଇ ଦେଇଥିବା କଥା ସରକାରଙ୍କର ପ୍ରତାରଣା । ସରକାର ଶିକ୍ଷକମାନଙ୍କୁ ତାଙ୍କର ହକ ଦେବାରୁ ବଞ୍ଚିତ କରୁଥିବା ଆଭିଯୋଗ କରିଛନ୍ତି ଶିକ୍ଷକ ସଂଘ । ଯାହାର ପ୍ରତିବାଦ କରି ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିଲେ ଏନ୍‌ପିଏସ୍ ମିଳିତ ପ୍ରାଥମିକ ଶିକ୍ଷକମାନେ । ଠିକା ନିଯୁକ୍ତିରେ କାର୍ଯ୍ୟ କରିଥିବା ୬ ବର୍ଷର ସର୍ଭିସ୍ ପରିଅଡରେ ସାମିଲ କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଘ ।

ତେବେ ଅନେକବାର ଆନ୍ଦୋଳନ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଦାବିକୁ ଗୁରୁତ୍ବ ଦିଆଯାଉ ନାହିଁ । ଗତକାଲି(ବୁଧବାର) ରାଜଧାନୀ ଭୁବନେଶ୍ଵରଠାରେ ଶିକ୍ଷକଙ୍କୁ ଆନ୍ଦୋଳନ ପାଇଁ ଅନୁମତି ମିଳି ନଥାଇ ମଧ୍ୟ ଶହଶହ ଶିକ୍ଷକ ଏକାଠି ହୋଇ ନାର୍ଯ୍ୟ ଦାବିକୁ ନେଇ ସରକାରଙ୍କ ବିରୋଧରେ ସ୍ବର ଉଠାଇବାକୁ ସଜବାଜ ହୋଇଥିଲେ । ମାତ୍ର ସରକାର ଆନ୍ଦୋଳନ କରିବାକୁ ସୁଯୋଗ ଦେଇନଥିଲେ । ଯାହାର ପ୍ରତିବାଦ କରି ସଙ୍ଘର ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିନା ୟୁନିଫର୍ମରେ ବିଦ୍ୟାଳୟ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ଆଗକୁ ସରକାର କୌଣସି ଦାବି ପ୍ରତି ଗୁରୁତ୍ବ ନଦେଲେ ଆଗାମୀ ଦିନରେ ସଙ୍ଘର ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶିକ୍ଷକମାନେ । ମୁଖ୍ୟତଃ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ବିଭାଗର ଠିକା ନିଯୁକ୍ତି ବ୍ୟବସ୍ଥା ହଟାଇ ଦିଆଯାଇଥିବା କୁହାଯାଉଥିଲେ ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତିରେ ଥିବା ଶିକ୍ଷକଙ୍କୁ ଅଣଦେଖା କରାଯାଇଛି ।

ପ୍ରଥମେ କାର୍ଯ୍ୟ କରିଥିବା ଏହି ବର୍ଗର ଶିକ୍ଷକଙ୍କୁ ପୂର୍ବରୁ କାର୍ଯ୍ୟ କରିଥିବା ଛଅ ବର୍ଷକୁ ସର୍ଭିସ୍ ପରିଅଡ୍ ମଧ୍ୟରେ ସାମିଲ କରାଇବାକୁ ଦାବି କରାଯାଇଛି । ସରକାର କେବଳ ମିଛ କହି ରାଜ୍ୟବାସୀଙ୍କ ଆଗରେ ଭୁଆଁ ବୁଲାଇଛନ୍ତି । ଏବେବି ୧ଲକ୍ଷ ୨୫ ହଜାର ନୂଆ ପେନସନଭୁକ୍ତ ଶିକ୍ଷକ ରହିଛନ୍ତି ଯେଉଁମାନଙ୍କ ଗ୍ରେଡ ପେ ୨୨ଶହ ରହିଛି । ପଞ୍ଚାୟତ ଅଫିସ ପଇଓ ୨୮ଶହ ଗ୍ରେଡ ପେ ପାଉଛନ୍ତି । ତେଣୁ ତିନି ଦଫା ଦାବି ନେଇ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ସେଣ୍ଟ୍ରାଲ ଗ୍ରେଡ୍‌ ପେ'ରେ ଦରମା ପ୍ରଦାନ ସହ ପୁରୁଣା ପେନ୍‌ସନ୍‌ ଯୋଜନା ଅନୁସାରେ ଦରମା ଲାଗୁ କରିବାକୁ ଦାବି କରିଛନ୍ତି । ଏନେଇ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ୨୨ ବ୍ଲକର ୩୦୦ରୁ ଉର୍ଦ୍ଧ୍ବ ଶିକ୍ଷକ/ଶିକ୍ଷୟିତ୍ରୀ ଏଭଳି ବିନା ୟୁନିଫର୍ମରେ ବିଦ୍ୟାଳୟରେ ଉପସ୍ଥିତ ରହିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details