ଓଡିଶା

odisha

By

Published : Dec 16, 2022, 10:53 PM IST

ETV Bharat / state

ଡିସେମ୍ବର ୨୪ ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମୀ ମହୋତ୍ସବ

ଡିସେମ୍ବର ୨୪ ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମୀ ମହୋତ୍ସବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଅଧିକ ପଢନ୍ତୁ

ବେଳାଭୂମୀ ମହୋତ୍ସବ ନେଇ ସାମ୍ବାଦିକ ସମ୍ମିଳନୀ
ବେଳାଭୂମୀ ମହୋତ୍ସବ ନେଇ ସାମ୍ବାଦିକ ସମ୍ମିଳନୀ

ଡିସେମ୍ବର ୨୪ ରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମୀ ମହୋତ୍ସବ

ବ୍ରହ୍ମପୁର:ବହୁ ପ୍ରତିକ୍ଷିତ ଗୋପାଳପୁର ବେଳାଭୂମୀ ମହୋତ୍ସବ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଏନେଇ ଆଜି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ବର୍ଷ ହେଲା କୋଭିଡ କାରଣରୁ ଏହି ବେଳାଭୂମୀ ମହୋତ୍ସବ ଅନୁଷ୍ଠିତ ହୋଇ ନଥିଲା । ଚଳିତ ଥର ଏହା ପୁଣି ଥରେ ଆୟୋଜିତ ହେଉଥିବାରୁ ଲୋକଙ୍କ ଅଧିକ ଭିଡ ପରିଲକ୍ଷିତ ହେବ ନେଇ ଆଶା କରାଯାଉଛି । ଏହାକୁ ଦୃଷ୍ଟିର ରଖି ପ୍ରଶାସନ ପକ୍ଷରୁ ଆସୁଥିବା ଲୋକଙ୍କ ପାଇଁ ଦୁଇଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସଦର ମହକୁମା ଛତ୍ରପୁରରୁ ଆସୁଥିବା ଲୋକଙ୍କ ପାଇଁ ହରିପୁରଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ରାସ୍ତା ଦେଇ ଆସୁଥିବା ଲୋକଙ୍କ ପାଇଁ ଶଣ୍ଢ ଛକଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ମହୋତ୍ସବ ସମେତ ସ୍ଥାନୀୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସ୍ଥାନୀୟ ଦ୍ରବ୍ୟର ବିକ୍ରୟ ପାଇଁ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳାର ଆୟୋଜନ ମଧ୍ୟ କରାଯାଉଛି ।

ଏହି ମହୋତ୍ସବରେ ୨୫୦ଟି ଷ୍ଟଲ୍‌ ରହିଥିବା ବେଳେ ସେଥିମଧ୍ୟରୁ ରାଜ୍ୟର ତଥା ଦେଶର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ଖାଦ୍ୟ ପାଇଁ ୩୦ଟି ଷ୍ଟଲ୍‌ ରହିଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ୫୫ଟି ଷ୍ଟଲ, ହସ୍ତଶିଳ୍ପ, ହସ୍ତକଳାର ପଦର୍ଶନ ପାଇଁ ୪୫ଟି ଷ୍ଟଲ ଏବଂ ରାଜ୍ୟର ବିଭିନ୍ନ ମହିଳା ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପାଇଁ ୧୨୦ ଷ୍ଟଲ୍‌ ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି କିର୍ତ୍ତୀ ୱାସନ ।

ଅନ୍ୟପଟେ ଚଳିତ ଥର ମହୋତ୍ସବରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଲିଉଡ, ଓଲିଉଡର କଳାକାର, ସଙ୍ଗୀତଜ୍ଞଙ୍କ ସମେତ ସ୍ଥାନୀୟ ଲୋକକଳାର ପ୍ରଚାରପ୍ରସାର ପାଇଁ ଦୁଇଟି ମଞ୍ଚ କରାଯିବ । କୁଚିପୁଡ଼ି, ପୁରୁଲିଆ ଛଉ, ପାଇକ ଆଖଡା, ସମ୍ବଳପୁରୀ, ଓଡ଼ିଶୀ, କୋରାପୁଟ ଜିଲ୍ଲାର ଆଦିବାସୀ ଢେମ୍‌ସା ନୃତ୍ୟ କଳା ଆଦି ପ୍ରଦର୍ଶନ କରାଯିବ । ସେହିପରି ଆସାମର ସତ୍ରିୟା, ନବରଙ୍ଗପୁରର ଗୋଣ୍ଡା ନୃତ୍ୟ, ପଶ୍ଚିମବଙ୍ଗର କଥକଲି ପରି ରାଜ୍ୟ ତଥା ଦେଶର ଖ୍ୟାତି ସମ୍ପର୍ଣ୍ଣ ନୃତ୍ୟକାରମାନଙ୍କୁ ଏହି ମଞ୍ଚରେ ଲୋକଙ୍କ ମନୋରଞ୍ଜନ ପାଇଁ ସୁଯୋଗ ଦିଆଯିବ ।

ଏହି ସମୟରେ ଆସୁଥିବା ଲୋକଙ୍କ ସୁରକ୍ଷା ସହିତ ବିଭିନ୍ନ ଅପରାଧୀକ ଗତିବିଧି ଉପରେ କଡା ନଜର ରଖାଯିବ । ଏଥିପାଇଁ ପାଇଁ ୪୦ଟି ସିସିଟିଭି ଦ୍ବାରା ସମଗ୍ର ଅଞ୍ଚଳକୁ ପୋଲିସ ନିରୀକ୍ଷଣରେ ରଖିବା ସହିତ ସ୍ବତନ୍ତ୍ର ଟ୍ରାଫିକ ମ୍ୟାନେଜମେଣ୍ଟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details