ଓଡିଶା

odisha

ETV Bharat / state

ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ: 2 ଦଳ ଭିତରେ ଦୋଷ ଲଦାଲଦି

ଦୁର୍ନୀତି ବିରୋଧରେ ଲଡ଼ୁଥିବା ବ୍ୟକ୍ତିଙ୍କ ଆୟକୁ ନେଇ ଦୁଇ ରାଜନୈତିକ ଦଲ ମଧ୍ୟରେ ଦୋଷ ଲଦା ଲଦି । ଅଫିସର ଚାନ୍ଦା ଦେବାକୁ ମନା କଲେ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରଣ କରିବାକୁ ପଛାଉନଥିବା କହିଲେ ବ୍ଲକ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ...

ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ: 2 ଦଳ ଭିତରେ ଦୋଷ ଲଦାଲଦି
ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ: 2 ଦଳ ଭିତରେ ଦୋଷ ଲଦାଲଦି

By

Published : Jul 5, 2021, 10:29 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଆରମ୍ଭ ହୋଇଛି ରାଜନୀତି l ଆରୋପ ପ୍ରତ୍ୟାରୋପ ଲାଗିରହିଛି l ଗୋଟିଏ ଦିନ ବିଜେପି ସାମ୍ବାଦିକ ସମ୍ମିଳନୀ ଡକାଉଥିବା ବେଳେ ଆଉଦିନେ ବିଜେଡି ସାମ୍ବାଦିକ ସମ୍ମିଳନୀ କରୁଛି l ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିବା ଗୋକୁଳା ନନ୍ଦ ମଳିକ ଯିଏ କି 2012 ରୁ 2017 ପର୍ଯ୍ୟନ୍ତ ବୁଗୁଡ଼ା ବ୍ଲକର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି ତାଙ୍କର ଦଶବର୍ଷ ତଳେ କେତେ ସମ୍ପତି ଥିଲା ବର୍ତ୍ତମାନ କେଉଁ ଉପାୟରେ ବୁଗୁଡ଼ା ପୋଲସରା ଅଞ୍ଚଳରେ ପ୍ରାୟ ପଚାଶ ଏକର ଜମି, ବୁଗୁଡ଼ାରେ ତିନି ଗୋଟି ଘର, ପୋଲସରାରେ ଦୁଇ ଗୋଟି ଘର ଅଛି । ସେପଟେ ଭୁବନେଶ୍ବରରେ ତିନି ଗୋଟି ଘର, ନଳକୂପ ଖନନ ଗାଡି ଦଶ ଗୋଟି, ନିଜର ବ୍ୟବହାର ପାଇଁ ନାମିଦାମୀ ଚାରୋଟି ଗାଡି ଭାବେ ପଚାଶ କୋଟି ଟଙ୍କାର ସମ୍ପତି ଅର୍ଜନ କରିଛନ୍ତି l

ଦୁର୍ନୀତି ବିରୋଧରେ ସାମ୍ବାଦିକ ସମ୍ମିଳନୀ: 2 ଦଳ ଭିତରେ ଦୋଷ ଲଦାଲଦି

ଦୁର୍ନୀତି ବିରୋଧରେ ଲଡ଼ୁଥିବା ବ୍ୟକ୍ତି ଗୋକୁଳା ନନ୍ଦ ମଳିକ ଦଶ ବର୍ଷ ତଳେ ଦଶ ଲକ୍ଷ ଟଙ୍କାର ମାଲିକ ଥାଇ ଦଶ ବର୍ଷ ପରେ ପଚାଶ କୋଟି ଟଙ୍କାର ସମ୍ପତି ଅର୍ଜନ କରିଛନ୍ତି । କେଉଁ ଦୁର୍ନୀତି କରି ଅର୍ଜନ କରିଛନ୍ତି ଗୋକୁଳା ନନ୍ଦ ମଳିକ ବୁଗୁଡ଼ା ବ୍ଲକର ଜନସାଧାରଣଙ୍କ ଦ୍ବାରା ଦୁଇ ଦୁଇ ଥର ପ୍ରତ୍ୟାଖ୍ୟାନ ହେବାପରେ ନିର୍ବାଚନ ସରିବାର ଦୁଇ ବର୍ଷ ପରେ ପ୍ରତିଶୋଧ ପରାୟଣ ହୋଇ ବୁଗୁଡ଼ା ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ସାଜି ଅଞ୍ଚଳର ବିକାଶରେ ବାଧା ସୃଷ୍ଟି କରୁଛନ୍ତି l ଅନିଲ କୁମାର ପଟ୍ଟନାୟକ ବୁଗୁଡ଼ା ଅଂଚଳରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିୟୁଏରା ପବ୍ଲିକ ସ୍କୁଲ ସରକାରୀ ଜମିଉପରେ ନିର୍ମାଣ କରି ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରି ନେବା ଶହ ଗୋକୁଳା ନନ୍ଦ ମଳିକର ଏଜେଣ୍ଟ ସାଜି ନିଜକୁ ସମ୍ବାଦ ଖବର କାଗଜର ପ୍ରତିନିଧିର ପରିଚୟ ଦେଇ ଅଞ୍ଚଳର ସମସ୍ତ ସରକାରୀ କାର୍ଯ୍ୟାଳୟରୁ ମାସିକ ଚାନ୍ଦା ଆଦାୟ କରୁଛନ୍ତି l

ଯଦି କୌଣସି ଅଫିସର ଚାନ୍ଦା ଦେବାକୁ ମନା କରନ୍ତି ତେବେ ତାଙ୍କରି ନାମରେ ମିଥ୍ୟା ଖବର ପ୍ରସାରଣ କରି ତାଙ୍କୁ ବଦନାମ କରିବାକୁ ପଛାଉନାହାନ୍ତି l ସେହିପରି ବୁଗୁଡ଼ା ବ୍ଲକରେ ବିଭିନ୍ନ ପଞ୍ଚାୟତରେ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟରୁ ଅନିଲ କୁମାର ଜନ ପ୍ରତିନିଧି ମାନଙ୍କ ଠାରୁ ଚାନ୍ଦା ମାଗି ବିଫଳ ହେବା ପରେ ସେହି ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସମ୍ବାଦ ଖବର କାଗକରେ ମିଥ୍ୟା ଅପପ୍ରଚାର କରି ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି l

ଦୁର୍ନୀତି ବିରୋଧରେ ସମ୍ବାଦ ଖବର କାଗଜରେ ପ୍ରକାଶ କରୁଥିବା ପ୍ରତିନିଧି ଅନିଲ କୁମାର ପଟନାୟକ କେଉଁ ଆଧାରରେ ନିଜେ କୋଟି କୋଟି ଟଙ୍କାର ସମ୍ପତି ଅର୍ଜନ କରିଛନ୍ତି ତାହାର ଭିଜିଲାନ୍ସ ତଦନ୍ତ କରାଯିବା ଶହ ସରକାରୀ ଜମି ଚିହ୍ନଟ କରି ସ୍କୁଲ ଙ୍କୁ ଉଛେଦ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବ୍ଲକ ଉପାଧ୍ୟକ୍ଷ । ସୋମବାର ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଅଧକ୍ଷଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details