ଓଡିଶା

odisha

ETV Bharat / state

ମିଳୁନି ଖଣ୍ଡେ ଘର, ପଞ୍ଚାୟତରୁ ବ୍ଲକ ଘୂରି ବୁଲୁଛନ୍ତି ଅସହାୟ ବିଧବା

କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଉ ଥିବାବେଳେ ଆଜିବି ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଗ୍ରାମର ସୁଷମା ମୁନି । ଅଧିକ ପଢନ୍ତୁ...

poor lady needs govt help
ଅସହାୟ ଅବସ୍ଥାରେ ବିଧବା ମହିଳା

By

Published : Oct 5, 2020, 1:10 PM IST

ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଉ ଥିବାବେଳେ ଆଜିବି ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଛନ୍ତି ଅସହାୟ ବିଧବା ମହିଳା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ପଞ୍ଚାୟତର କ୍ଷତ୍ରିୟବରପୁର ଗ୍ରାମରେ ବସବାସ କରନ୍ତି ସୁଷମା ମୁନିଙ୍କ ପରିବାର । ସ୍ଵାମୀ ସୁରେନ୍ଦ୍ର ମୁନିଙ୍କ ମୃତ୍ୟୁ ପରେ ଦୁଇ କୁନିକୁନି ଝିଅଙ୍କୁ ନେଇ ଏକାକି ରହୁଛନ୍ତି କୁଡ଼ିଆ ଘରେ । ସୁରେନ୍ଦ୍ର ମୁନିଙ୍କ ମୃତ୍ୟୁ ଆଜକୁ ତିନି ବର୍ଷ ହୋଇ ଗଲାଣି । କିପରି ଏହି ଦୁଇ ଝିଅକୁ ଖୁଆଇ ପିଆଇ, ପାଠ ପଢ଼ାଇ ମଣିଷ କରିବେ ସେନେଇ ଚିନ୍ତାରେ ସୁଷମା ।

ଅସହାୟ ଅବସ୍ଥାରେ ବିଧବା ମହିଳା

ଆଖିର ଲୁହକୁ ଆଖିରେ ମାରି ଗ୍ରାମରେ ବାସନ ମାଜି ଯାହା ମିଳେ ସେତିକିରେ କର୍ମକୁ ଆଦରି ଚଳୁଛନ୍ତି ସୁଷମା । ରାସନ ମିଳୁଛି, ଭତ୍ତା ମଧ୍ୟ ମିଳୁଛି । କିନ୍ତୁ ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ବ୍ଲକ ସବୁଠିକୁ ଦୌଡିଲେଣି, ହେଲେ ସୁଫଳ ମିଳୁନାହିଁ । ଖାଲି ମିଳିବ ମିଳିବ କହି ଆଶ୍ବାସନା ଦେଇଚାଲିଛନ୍ତି ସମସ୍ତେ । ତୁରନ୍ତ ଏହି ଅସହାୟ ବିଧବା ମହିଳାଙ୍କୁ ଘର ଖଣ୍ଡିଏ ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଭଞ୍ଜନଗରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details