ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନରସିଂହ ପଲ୍ଲୀ ଛକ ଠାରେ ଗତ ୧୪ ତାରିଖରେ ଏକ ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ହୋଇ ଥିବା ଘଟଣାରେ ୨ ଜଣ ଦୁର୍ବୃତ୍ତକୁ ପୋଲସରା ପୋଲିସ ଗିରଫ କରିଛି । ଗିରଫ 2ଜଣ କୋଦଳା ଅଞ୍ଚଳର ଶିବ ଚୌଧୁରୀ ଓ ପି.କ୍ରିଷ୍ଣା ହୋଇଥିବା ବେଳେ ସେମାନଙ୍କ ଠାରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଗୋଟିଏ ପଲସର୍ ବାଇକ୍ ପୋଲିସ ଜବତ କରିଛି ।
ଡିକି ଭାଙ୍ଗି ଟଙ୍କା ଲୁଟ ଘଟଣା; ୨ ଲୁଟେରା ଗିରଫ - polsera loot case
ଗତ ୧୪ ତାରିଖରେ ଏକ ବାଇକ ଡିକି ଭାଙ୍ଗି ଟଙ୍କା ଚୋରି ହୋଇ ଥିବା ଘଟଣାରେ ୨ ଜଣ ଦୁର୍ବୃତ୍ତକୁ ପୋଲସରା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ହୋଇଥିବା ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଗୋଟିଏ ପଲସର୍ ବାଇକ୍ ଜବତ ହୋଇଛି ।
ଡିକି ଭାଙ୍ଗି ନଗଦ ଟଙ୍କା ଲୁଟ ଘଟଣାରେ ୨ ଲୁଟେରା ଗିରଫ
ଡିକି ଭାଙ୍ଗି ନଗଦ ଟଙ୍କା ଲୁଟ ଘଟଣାରେ ୨ ଲୁଟେରା ଗିରଫ
ସୂଚନାନୁସାରେ, ହାତୀଓଟ ଗ୍ରାମର ଅମେରେନ୍ଦ୍ର ବିଶ୍ବାଳ ନିଜ ମିନି ବ୍ୟାଙ୍କ ପାଇଁ ଗତ ମାସ ୧୪ ତାରିଖରେ ପୋଲସରା ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଠାରୁ ନଗଦ ଟଙ୍କା ଉଠାଇ ନରସିଂହପୁର ସ୍ଥିତ ବିଦେଶୀ ମଦ ଦୋକାନ ଆଗରେ ବାଇକକୁ ପାର୍କିଂ କରିଥିଲେ । ହେଲେ ପୂର୍ବରୁ ଜଗି ରହିଥିବା ଦୁଇ ଜଣ ଲୁଟେରା ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିଲେ । ତେବେ ପୋଲସରା ପୋଲିସ ସେହି 2ଦୁର୍ବୃତ୍ତକୁ ଗିରଫ କରିବା ସହ ନଗଦ ଟଙ୍କା ଓ ବାଇକ୍ ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ