ବ୍ରହ୍ମପୁର:ପୋଲିସ କନଷ୍ଟେବଳଙ୍କ ଦାଦାଗିରି ଭିଡିଓ ଭାଇରାଲ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହାପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।
ସାଧାରଣ ଲୋକଙ୍କୁ କନଷ୍ଟେବଲ ମାଡମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି - କନଷ୍ଟେବଲ ମାଡମାରିବା ଭିଡିଓ ଭାଇରାଲ ଗଞ୍ଜାମ
ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡିର ଜଣେ କନଷ୍ଟେବଲ ସାଧାରଣ ଲୋକଙ୍କୁ ମାଡ ମାରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ଅଧିକ ପଢନ୍ତୁ....
ସାଧାରଣ ଲୋକଙ୍କୁ କନଷ୍ଟେବଲ ମାଡମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି
ସାଧାରଣ ଲୋକଙ୍କୁ କନଷ୍ଟେବଲ ମାଡମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି
ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଭେଜିପୁଟ ଫାଣ୍ଡିରେ କାର୍ଯ୍ୟରତ ଜଣେ ପୋଲିସ କନଷ୍ଟେବଲ ସାଧାରଣ ଲୋକଙ୍କୁ ମାଡ଼ ମାରିଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ କନଷ୍ଟେବଲଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା । ତେବେ ଆଜି(ଶୁକ୍ରବାର) ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେସ କୁମାର ରାୟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Jan 23, 2021, 6:23 PM IST