ଓଡିଶା

odisha

ETV Bharat / state

ବାଲ୍ୟ ବିବାହ ବନ୍ଦ କଲା ଗଞ୍ଜାମ ପ୍ରଶାସନ - Dharakot block

ଗଞ୍ଜାମର ଧରାକୋଟ ବ୍ଲକରେ ବାଲ୍ୟ ବିବାହ ହେଉଥିବାବେଳେ ଗାଙ୍ଗପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ବିବାହକୁ ବନ୍ଦ କରିଛି । ଅଧିକ ପଢନ୍ତୁ...

ବାଲ୍ୟ ବିବାହ ବନ୍ଦ କଲା ଗଞ୍ଜାମ ପ୍ରଶାସନ
ବାଲ୍ୟ ବିବାହ ବନ୍ଦ କଲା ଗଞ୍ଜାମ ପ୍ରଶାସନ

By

Published : Jun 28, 2021, 9:15 PM IST

ଭଞ୍ଜନଗର: ସମାଜରେ ସଚେତନତାର ଅଭାବରୁ ବିଭିନ୍ନ ସମୟରେ ସଭ୍ୟସମାଜର ଲୋକେ ମଧ୍ୟ ନିଜ ଝିଅକୁ ପ୍ରାପ୍ତ ବୟସ ପୂର୍ବରୁ ବିବାହ କରୁଥିବା ଦେଖାଯାଉଛି । ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକରେ ଜଣେ ନାବାଳିକା ବିବାହ କରୁଥିବା ସମୟରେ ଗାଙ୍ଗପୁର ପୋଲିସ ପହଞ୍ଚି ବରପକ୍ଷକୁ ବୁଝାସୁଝା କରି ବିବାହକୁ ବନ୍ଦ କରିବାରେ ସଫଳ ହୋଇଛି ।

ବାଲ୍ୟ ବିବାହ ବନ୍ଦ କଲା ଗଞ୍ଜାମ ପ୍ରଶାସନ

ଆଇନ ଦୃଷ୍ଟିରୁ ପୁଅଙ୍କ ବିବାହ ବୟସ 21 ବର୍ଷ ହୋଇଥିବାବେଳେ ଝିଅଙ୍କ ବୟସ 18 ରଖାଯାଇଛି । ଏଥିପାଇଁ ଖବର କାଗଜଠାରୁ ଆରମ୍ଭ କରି ଦୂରଦର୍ଶନ ଦ୍ବାରା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହା ପରେ କୌଣସି ଆଖି ଦୃଷ୍ଟିଆ ସଫଳତା ମିଳିନଥିବା ଜଣାପଡିଛି । ଯାହାର ପ୍ରମାଣ ଦେଖିବାକୁ ମିଳିଛି ଜିଲ୍ଲାର ଗାଙ୍ଗପୁର ଥାନା ନିମିନା ଗ୍ରାମରେ । ଏହି ଗ୍ରାମରେ ବାଲ୍ୟ ବିବାହ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ପହଞ୍ଚି ବିବାହକୁ ବନ୍ଦ କରିଛି ।

ସୂଚନା ମୁତାବକ ଆଜି(ସୋମବାର) ଆସିକା ବ୍ଲକ ନିମିନା ଗ୍ରାମର ବଳରାମ ସାହୁଙ୍କ ସହିତ ଧରାକୋଟ ବ୍ଲକ ନନ୍ଦିଘର ଗ୍ରାମର ନିରଞ୍ଜନ ସାହୁଙ୍କ ନାବାଳିକା ଝିଅ ବାହାଘର ହେବାର ଥିଲା। ହେଲେ କୌଣସି ସୂତ୍ରରୁ ଖବର ପାଇ ଆସିକା ଓ ଧରାକୋଟ CDPOଙ୍କ ସହ ଗାଙ୍ଗପୁର ପୋଲିସର ଏକ ମିଳିତ ଟିମ ପହଞ୍ଚିଥିଲା । ପ୍ରଶାସନ ବରପକ୍ଷକୁ ବୁଝାସୁଝା କରି ବାହାଘରକୁ ବନ୍ଦ କରିବାରେ ସଫଳ ହୋଇଛି।

ଅନ୍ୟପଟେ ଧରାକୋଟ CDPO ଓ ଧରାକୋଟ ପୋଲିସ ନନ୍ଦିଘର ଗ୍ରାମକୁ ଯାଇ ନାବାଳିକାଙ୍କ ପରିବାର ଲୋକଙ୍କ ସହଯୋଗ କ୍ରମେ ବ୍ରହ୍ମପୁର ସ୍ଥିତ cwcରେ ହାଜର କରାଯିବ ବୋଲି ଧରାକୋଟ ସିଡିପିଓ ସୂଚନା ଦେଇଛନ୍ତି । ବାରମ୍ବାର ସଚେତନ ପରେ ମଧ୍ୟ ଏହି ଭଳି ବାଲ୍ୟ ବିବାହ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନକୁ ଅଧିକ ଚିନ୍ତାରେ ପକାଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details