ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବିଞ୍ଜିଗିରି ଗାଁ ନିକଟ ଜଙ୍ଗଲରେ ଜଣେ ପ୍ରବାସୀ ଓଡିଆ ଦୁଇ ଦିନ ହେଲା ଜଙ୍ଗଲରେ ଥିବା ଜଣାପଡିଛି । ପ୍ରବାସୀ ଓଡିଆ ଯୁବକର ନାମ ହେଉଛି ବାରିକ ନାୟକ । ସେ ଚେନ୍ନାଇରେ ରହି ଶ୍ରମିକ ଭାବେ କାମ କରୁଥିଲେ ଏବଂ ଚେନାଇରୁ ଟ୍ରେନରେ ଆସି ଦୁ୍ଇଦିନ ତଳେ ବ୍ରହ୍ମପୁରରେ ପହଞ୍ଚିଥିଲେ ।
ସେଠାରୁ ସେ ବସ ଯୋଗେ ଭଞ୍ଜନଗରରେ ପହଞ୍ଚିଥିଲା ପରେ ସେଠାରେ ତାଙ୍କୁ କୌଣସି ସହାୟତା ମିଳିନଥିଲା । ନିରୁପାୟ ହୋଇ ସେ ଚାଲି ଚାଲି ନିଜ ଗାଁ ବିଞ୍ଜିଗିରିକୁ ଆସିଥିଲେ । କିନ୍ତୁ, ବାରିକ ନାୟକଙ୍କୁ ଲୋକେ ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରିଥିଲେ ।