ଓଡିଶା

odisha

ETV Bharat / state

'ଫନି'କୁ ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମୀକ୍ଷା ବୈଠକ

ବାତ୍ୟା 'ଫନି'କୁ ନେଇ  ବ୍ରହ୍ମପୁରରେ  ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ସମୀକ୍ଷା  ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆଇ.ଜି ଅମିତାଭ ଠାକୁରଙ୍କ ଉପସ୍ଥିତରେ ଆୟୋଜିତ ବୈଠକରେ ବାତ୍ୟା 'ଫନି'ରେ ଯେପରି କୌଣସି ଧନଜୀବନ ହାନୀ ନହୁଏ ସେଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ଦିଆଯାଇଛି ।

By

Published : May 2, 2019, 5:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବାତ୍ୟା 'ଫନି' ମୁକାବିଲା କରିବାକୁ ସବୁ ସ୍ତରରେ ଉଦ୍ୟମ ଜାରି ରହିଥିବା ବେଳେ ବ୍ରହ୍ମପୁରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆଇ.ଜି ଅମିତାଭ ଠାକୁରଙ୍କ ଉପସ୍ଥିତରେ ଆୟୋଜିତ ବୈଠକରେ ବାତ୍ୟା 'ଫନି'ରେ ଯେପରି କୌଣସି ଧନଜୀବନ ହାନୀ ନହୁଏ ସେଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗୋପାଳପୁର, ଗୋଳନ୍ଥରା, ଚିକିଟି, ଜରଡା ଥାନା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାରେ NDRF, ODRAF ଟିମ୍ ସଜାଗ ରହିଥିବା ବେଳେ ବିଜୁ ଯୁବ ବାହିନୀ ମଧ୍ୟ ସାମିଲ ହୋଇଛନ୍ତି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ଜରୁରୀ କାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ଗୁରୁତ୍ବ ଦିଆଯିବା ସହ ପିଇବା ପାଣିର ବନ୍ଦୋବସ୍ତ ରଖିବାକୁ ନିର୍ଦ୍ଦେଶ ରହିଛି । ବୈଠକରେ ବ୍ରହ୍ମପୁର ଏସ୍‌ପି ପିନାକି ମିଶ୍ର ଓ ଗଞାମ ଏସ୍‌ପି ବ୍ରିଜେଶ ରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହି କ୍ୟାବିନେଟ ସଚିବ ଶ୍ରୀ ପିକେ ସିହ୍ନା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ବୈଠକରେ ଅତି ଭୀଷଣ ସାମୁଦ୍ରିକ ଝଡ଼ “ଫନି” କାରଣରୁ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା ଲାଗି ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ସାମୁଦ୍ରିକ ଝଡ଼ ‘ଫନି’ ମେ’ ତିନି ତାରିଖ ସକାଳ 10ଟା ସମୟରେ ପୁରୀର ଦକ୍ଷିଣରେ ଓଡ଼ିଶା ଉପକୂଳ ଛୁଇଁବ । ଏହି ସମୟରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ପବନର ବେଗ ପାଖାପାଖି 180 କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details