ଓଡିଶା

odisha

ETV Bharat / state

17 ବର୍ଷ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ - ଫେରାର ରହିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ

ହତ୍ୟାକାଣ୍ଡ ଘଟଣାରେ ଫେରାର ରହିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ। ଅଧିକ ପଢନ୍ତୁ

police arrested accused of murder case
police arrested accused of murder case

By

Published : May 23, 2023, 9:53 AM IST

17 ବର୍ଷ ପରେ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ

ବ୍ରହ୍ମପୁର:ଗୋଷାଣିନୂଆଗାଁ ଥାନା ପୋଲିସକୁ ସଫଳତା । ହତ୍ୟାକାଣ୍ଡ ଘଟଣାରେ ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୋଲିସ ଆଖିରେ ଧୂଳିଦେଇ ଫେରାର ଥିଲା ଅଭିଯୁକ୍ତ ଶଙ୍କର ବେହେରା । ଶେଷରେ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ୨୦୦୬ ମସିହା ଅକ୍ଟୋବର ମାସର 7 ତାରିଖରେ ବ୍ରହ୍ମପୁର ରେଳବାଇ ଥାନା ଅଧିନରେ ଗଣେଷ ସାହୁ ନାମକ ଏକ ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ଶଙ୍କର ସଂପୃକ୍ତ ରହିଥିଲେ । ଯାହାକୁ ନେଇ ଜିଆରପି ଥାନା ପକ୍ଷରୁ ଅକ୍ଟୋବର 2006ରେ ଏକ ମାମଲା ରୁଜୁ କରାଯାଇଥିଲା।

ପୋଲିସ ଘଟଣାର ତଦନ୍ତ କରିଥିଲେ ମଧ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ବେହେରା ଓରଫ କୋକୋ ଫେରାର ରହିଥିଲେ । ଦୀର୍ଘ ୧୭ ବର୍ଷ ତଳର ଏହି ମାମଲାରେ ଫେରାର ଅପରାଧୀ ଶଙ୍କର ବେହେରାକୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ପକ୍ଷରୁ ବାରମ୍ୱାର ସମନ ଜାରି ହୋଇଥିଲା । କିନ୍ତୁ ଶଙ୍କର ସଂପର୍କରେ ସ୍ଥାନୀୟ ପୋଲିସ କୌଣସି ପ୍ରକାର ସୂଚନା ପାଇପାରୁନଥିଲା । ଶେଷରେ ଗଞ୍ଜାମ ଜିଲ୍ଲା ଦୌରାଜର୍ଜ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳର ନେହୁରୁନଗର 10ମ ଲାଇନରେ ରହୁଥିବା ଶଙ୍କର ବେହେରାଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । କିନ୍ତୁ ଶଙ୍କର ଏହାକୁ ଖାତିର ନକରି ଫେରାର ରହିଥିବାରୁ କୋର୍ଟ ପକ୍ଷରୁ ମିଳିଥିବା ଆଦେଶ ଅନୁଯାୟୀ ଶଙ୍କରଙ୍କ ଘରର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବା ସହ ସମସ୍ତ ଆସବାସପତ୍ରକୁ ଜବତ କରାଯାଇଥିଲା ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ ପକ୍ଷରୁ ଗତ ୧୭ ତାରିଖରେ ଅଭିଯୁକ୍ତର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଆଉ ଏହି ଖବର ପାଇ ଶଙ୍କର ରାତି ଅଧିଆ ନିଜ ପରିବାର ସହ ଯୋଗାଯୋଗ କରିବାକୁ ଆସିଥିବା ବେଳେ ଖବର ପାଇ ଗୋଷାଣିନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା । ଗିରଫ ପରେ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି । ସେହି ପୁରୁଣା ମାମଲା କୋର୍ଟରେ ବିଚାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଥିବାରୁ ଅଭିଯୁକ୍ତକୁ ଏହି ମାମଲାରେ ସଜ୍ଜା ହେବା ବୋଲି ଆଶା କରାଯାଉଥିବା କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରବଣ ବିବେକ ଏମ୍ । ଏପରିକି ଗିରଫ ହୋଇଥିବା ଶଙ୍କରଙ୍କ ନାମରେ ସହରର ଗୋଷାଣିନୂଆଗାଁ ଥାନା ଅଞ୍ଚଳରେ ଗତ ୨୦୧୩ ମସିହାରେ ଅନ୍ୟ ଏକ ମାମଲା ରହିଥିବା ବେଳେ ସେହି ମାମଲାରେ ସେ ଜାମିନ ପାଇଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details