ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ଏ.ସି.ଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ଅତ୍ୟନ୍ତ ଗୁରୁତ୍ତର ସହ ନେଇ ତଦନ୍ତ କରୁଛି ପୋଲିସ । ଗୁରୁବାର ଖୋଦ୍ ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ପାରଳାଖେମୁଣ୍ଡି ଯାଇଥିଲେ । ସେଠାରୁ ପୋଲିସ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ସହିତ କିପରି ତଦନ୍ତ ଚାଲିଛି ତାହାକୁ ଅନୁଧ୍ୟାନ କରି ଫେରିଥିବା ବ୍ରହ୍ମପୁର ଠାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବା ସହିତ ଏହି ମାମଲାରେ ଯେଉଁ ମାନଙ୍କ ଉପରେ ଅଭିଯୋଗ କିମ୍ୱା ସଂପୃକ୍ତି ଆସୁଛି ବୋଲି କୁହାଯାଉଛି ସେ ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଥିବା କହିଛନ୍ତି ।
ଏସିଏଫ୍ ମୃତ୍ୟୁ ମାମଲାରେ ଗୁରୁତ୍ତର ସହ ତଦନ୍ତ କରୁଛି ପୋଲିସ: ଡିଆଇଜି - ସୌମ୍ୟ ରଞ୍ଜନ ମୃତ୍ୟୁ ଡିଆଇଜି
ଏ.ସି.ଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାର ପୋଲିସ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଟିମ୍ ସହିତ କିପରି ତଦନ୍ତ ଚାଲିଛି ତାହାକୁ ଅନୁଧ୍ୟାନ କରି ଫେରିଥିବା ଦକ୍ଷିଣାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ବ୍ରହ୍ମପୁର ଠାରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ...
ଏସିଏଫ୍ ମୃତ୍ୟୁ ଘଟଣାକୁ ଗୁରୁତ୍ତର ସହ ତଦନ୍ତ କରୁଛି ପୋଲିସ: ଡିଆଇଜି
ଏପରିକି ପୋଲିସ ଟିମର ତଦନ୍ତ କରୁଥିବା ଅଧିକାରୀ ମାନେ ଯେଉଁମାନଙ୍କୁ ଜେରା କରୁଛି ସେମାନଙ୍କ ଠାରୁ ମିଳୁଥିବା ତଥ୍ୟକୁ ଆଧାର କରି ତଦନ୍ତ ଅଗ୍ରସର ହେଉଥିବା କହିଛନ୍ତି । ସୂଚନାନୁଯାୟୀ ଏହି ମାମଲାରେ ଶୁକ୍ରବାର ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଡି.ଏଫ୍.ଓଙ୍କୁ ପୋଲିସ ପଚାରା ଉଚାରା କରିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ପଚାରା ଉଚରା କରାଯିବ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ