ଓଡିଶା

odisha

ETV Bharat / state

ସପ୍ତାହରେ 20 ଘରୁ ଚୋରି; ପୋଲିସ-ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ - theft from 20 houses in one week

ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ। ପୋଲିସର ଲାଠି ମାଡ଼ରେ ଗ୍ରାମର ଜଣେ ଯୁବକ ଗୁରୁ ପ୍ରଧାନ ଲହୁଲୁହାଣ ହୋଇଛି l ଏକ ସପ୍ତାହ ମଧ୍ୟରେ ଏହି ତାରାସିଙ୍ଗି ଥାନା ଇଲାକାର 20 ରୁ ଉର୍ଦ୍ଧ୍ବ ଲୋକଙ୍କ ଘରୁ ଚୋରି ହୋଇଛି। ଅଧିକ ପଢନ୍ତୁ...

ପୋଲିସ,ଗ୍ରାମବାସୀ ଖଣ୍ଡଯୁଦ୍ଧ, ସପ୍ତାହରେ 20 ଘରୁ ଚୋର ବୁଲାଇଲେ କଳାକନା
ପୋଲିସ,ଗ୍ରାମବାସୀ ଖଣ୍ଡଯୁଦ୍ଧ, ସପ୍ତାହରେ 20 ଘରୁ ଚୋର ବୁଲାଇଲେ କଳାକନା

By

Published : Mar 12, 2021, 12:04 PM IST

Updated : Mar 12, 2021, 1:41 PM IST

ଭଞ୍ଜନଗର: ପୋଲିସ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ। ପୋଲିସର ଲାଠି ମାଡ଼ରେ ଗ୍ରାମର ଜଣେ ଯୁବକ ଗୁରୁ ପ୍ରଧାନ ଲହୁଲୁହାଣ ହୋଇଛି l ଘଟଣାଟି ଗଞ୍ଜାମ ଜିଲ୍ଲା ତାରାସିଙ୍ଗ ଥାନା ଅନ୍ତର୍ଗତ ଗେରେଡା ଗ୍ରାମରେ ଗତ ରାତି ରେ ଏହି ଘଟଣା ଘଟିଛି।

ଗତ ଏକ ସପ୍ତାହ ମଧ୍ୟରେ ଏହି ତାରାସିଙ୍ଗି ଥାନା ଇଲାକାର ଚୋର ମାନେ ତାଲା ଭାଙ୍ଗି 20 ରୁ ଉର୍ଦ୍ଧ୍ବ ଲୋକଙ୍କ ଘରୁ ଚୋରି ହୋଇଛି ତେଣୁ ଗ୍ରାମବାସୀ ସଜାଗ ରହିଛନ୍ତି। ଏହି ସମୟରେ ଏକ ମାରୁତି ଡିଜାଏର କାରରେ ଦୁଇଜଣ ଅଜଣା ଲୋକଙ୍କୁ ଦେଖି ଗ୍ରାମବାସୀ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ।

ସପ୍ତାହରେ 20 ଘରୁ ଚୋରି; ପୋଲିସ-ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ

ଏହି ସମୟରେ ଖବର ପାଇ ତାରାସିଙ୍ଗ ପୋଲିସ ସେହି ଅଜଣା ଦୁଇ ବ୍ୟକ୍ତିଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛନ୍ତି। ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଏବଂ ଗ୍ରାମବାସୀ ବହୁବାର ପୋଲିସକୁ ଗୁହାରି କରିଥିଲେ ମଧ୍ୟ ପୋଲିସ କୌଣସି ଚୋରକୁ ଗିରଫ କରିନାହିଁ।

କିନ୍ତୁ ଅଜଣା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ କାହିଁକି ଆସିଛି ଭାବି ପୋଲିସ ଗାଡିକୁ କିଛି ସମୟ ଅଟକାଇ ରଖିଥିଲେ ଏବଂ କାରଟିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ବହୁ କଷ୍ଟରେ ଗ୍ରାମବାସୀ ଶାନ୍ତ ପଡିବା ପରେ ପୋଲିସ ଦୁଇଜଣ ଦୁର୍ବୃତ୍ତଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ଗେରେଡା, କେପିଟି, ଲେମ୍ଭାଇ, ରାଇପଲ୍ଲୀ, ଆଦି ଗ୍ରାମରେ ବାରମ୍ବାର ଏପରି ଚୋରି ଯାଉଥିଲେ ମଧ୍ୟ ପୋଲିସର ତଦନ୍ତ ଉପରେ ସନ୍ଦେହ କରି ଆଜି ଏପରି ଅଘଟଣ ଘଟିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Mar 12, 2021, 1:41 PM IST

ABOUT THE AUTHOR

...view details