ଭଞ୍ଜନଗର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ବଢୁଛି ସହାୟତାର ହାତ । ଏହି ଅବସରରେ ଆଗେଇ ଆସିଛନ୍ତି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନସ୍ଥ ୨୬ଟି ପଞ୍ଚାୟତର ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟ । ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଦେଇଛନ୍ତି ଆର୍ଥିକ ସହାୟତା ।
ବିଡିଓ ଶମ୍ଭୁନାଥ ନନ୍ଦୀଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ୨୧ ହଜାର 100 ଟଙ୍କା ପ୍ରଦାନ କରିଛନ୍ତି । ଏହି ସମୟରେ ବିଧାୟକ ଶ୍ରୀକାନ୍ତ ସାହୁ ଉପସ୍ଥିତ ଥିଲେ । କୋଭିଡ 19କୁ ନେଇ ସାରା ରାଜ୍ୟ ଲକଡାଉନ । ଏହି ସମୟରେ ଦେଶରେ ଦେଖାଦେଇଛି ଆର୍ଥିକ ସଙ୍କଟ ।