ବ୍ରହ୍ମପୁର:ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ ଯୁକ୍ତ ଦୁଇ ବିଜ୍ଞାନରେ 70.95 ପ୍ରତିଶତ ଏବଂ ବାଣିଜ୍ୟରେ 70.73 ପ୍ରତିଶତ ପାସ ହାର ରହିଛି । ରାଜ୍ୟର ଦକ୍ଷିଣାଞ୍ଚଳ ଅଧିନସ୍ଥ ଆଠଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।
ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପାଇଁ ସର୍ବମୋଟ 18,983 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 18,774 ଜଣ ପରୀକ୍ଷା ଦେଇଥିବା ବେଳେ 14,343 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ହାର ରହିଛି 70.95 ପ୍ରତିଶତ l ଏମାନଙ୍କ ମଧ୍ୟରୁ 5889 ଜଣ ପ୍ରଥମ, 4831 ଜଣ ଦ୍ବିତୀୟ ଓ 3633 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ସର୍ବମୋଟ 4,792 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ 4,723 ଜଣ ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ 3568 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ ହାର ରହିଛି 70.73 ପ୍ରତିଶତ l ବାଣିଜ୍ୟ ପରୀକ୍ଷାରେ 1259 ଜଣ ପ୍ରଥମ, 790 ଜଣ ଦ୍ବିତୀୟ ଓ 1363 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଗଞ୍ଜାମରେ ଯୁକ୍ତ ଦୁଇ ପରୀକ୍ଷା ଫଳ:ଗଞ୍ଜାମ ଜିଲ୍ଲାରେ ଯୁକ୍ତ ବିଜ୍ଞାନ ପରୀକ୍ଷାରେ ମୋଟ 9601ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ । ସେଥି ମଧ୍ୟରୁ 9467 ଜଣ ପରୀକ୍ଷା ଦେଇଥିବା ବେଳେ 7,771 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ରହିଛି 82.08 ପ୍ରତିଶତ l ଏମାନଙ୍କ ମଧ୍ୟରୁ 3864 ଜଣ ପ୍ରଥମ, 2473 ଜଣ ଦ୍ବିତୀୟ 1401 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 33 ଜଣ କମ୍ପାଟମେଣ୍ଟରେ ପାସ କରିଛନ୍ତି l ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ମୋଟ 2220 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିବା ବେଳେ 2193 ଜଣ ପରୀକ୍ଷା ଦେଇଥିଲେ l ସେଥି ମଧ୍ୟରୁ 1792 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାର ପାସ ହାର ରହିଛି 81.71 ପ୍ରତିଶତ l 868 ଜଣ ପ୍ରଥମ, 370 ଜଣ ଦ୍ବିତୀୟ, 547 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଗଜପତିରେ ଯୁକ୍ତ ଦୁଇ ପରୀକ୍ଷା ଫଳ:ଗଜପତି ଜିଲ୍ଲାରେ +୨ ବିଜ୍ଞାନ ପରୀକ୍ଷାରେ ମୋଟ 982 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 965 ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି 594 ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି 61.55 ପ୍ରତିଶତ l ଏମାନଙ୍କ ମଧ୍ୟରୁ 68 ଜଣ ପ୍ରଥମ, 204 ଜଣ ଦ୍ବିତୀୟ ଓ 310 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 104 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ 101 ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ 76 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । 11 ଜଣ ପ୍ରଥମ, 17 ଜଣ ଦ୍ବିତୀୟ, 48 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି।
ମାଲକାନଗିରିରେ ଯୁକ୍ତ ଦୁଇ ପରୀକ୍ଷା ଫଳ: ମାଲକାନଗିରି ଜିଲ୍ଲାରେ ଯୁକ୍ତ ବାଣିଜ୍ୟ ପରୀକ୍ଷାରେ ମୋଟ 1142 ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ସେଥି ମଧ୍ୟରୁ 1126 ଜଣ ପରୀକ୍ଷା ଦେଇଥିଲେ । 839 ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପାସ ହାର 74.51 ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ 259 ଜଣ ପ୍ରଥମ, 322 ଜଣ ଦ୍ବିତୀୟ ଓ 255 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟ ପରୀକ୍ଷାରେ ମୋଟ 353 ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେଥି ମଧ୍ୟରୁ 346 ଜଣ ପରୀକ୍ଷା ଦେଇବା ବେଳେ 232 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର 67.05 ପ୍ରତିଶତ ରହିଛି l 32 ଜଣ ପ୍ରଥମ, 67 ଜଣ ଦ୍ବିତୀୟ, 132 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।