ଓଡିଶା

odisha

ଗ୍ରୀନସିଟି ହେବ ଗଞ୍ଜାମ: ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ

By

Published : Jun 6, 2022, 10:18 AM IST

ଗଞ୍ଜାମ ଜିଲ୍ଲା ସହ ଅନ୍ୟ ସମସ୍ତ ସହରାଞ୍ଚଳକୁ ସବୁଜ ସୁନ୍ଦର ସହ ସାରା ଜିଲ୍ଲାରେ ଗ୍ରୀନ ସିଟି କରାଯିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା । ଅଧିକ ପଢନ୍ତୁ

ବ୍ରହ୍ମପୁର ସହର ସମେତ ଜିଲ୍ଲାରେ  ସମସ୍ତ ସହରାଞ୍ଚଳକୁ ବନୀକରଣ କରାଯିବ- ଗଞ୍ଜାମ ଜିଲ୍ଲାପାଳ
Plantation program in Berhampur

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ସବୁଜ ସୁନ୍ଦର କରାଯିବା ସମେତ ସାରା ଜିଲ୍ଲାରେ ଗ୍ରୀନ୍ ସିଟି କରାଯିବାକୁ ଯୋଜନା କରାଯାଇଛି । ଏପରିକି ଏଥିପାଇଁ ଆବଶ୍ୟକ ଅର୍ଥ ସରକାରଙ୍କ ମୁକ୍ତା ଯୋଜନାରେ ଅର୍ଥରାଶି ବିନିଯୋଗ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ସୂଚନା ଦେଇଥିଲେ । ଏହାସହ ସହରରେ ଆୟୋଜିତ ହେଉଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗଛକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Plantation program in Berhampur

ଯେଉଁ ଦୋକାନ ସମ୍ମୁଖ କିମ୍ବା ଘର ସମ୍ମୁଖରେ ବୃକ୍ଷରୋପଣ କରାଯିବ ତାହାର ଦାୟିତ୍ଵ ସେହି ଦୋକାନ ମାଲିକ ଏବଂ ଗୃହ ମାଲିକଙ୍କୁ ଦାୟିତ୍ଵ ପ୍ରଦାନ କରାଯିବ । ସେପଟେ ପ୍ରତ୍ୟେକ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯିବ । ବିଦ୍ୟାର୍ଥୀ ମାନେ ସେହି ଗଛର ଦାୟିତ୍ଵ ନେବେ ଯାହାକୁ ଗୋଟିଏ ଶିଶୁ ଗୋଟିଏ ଗଛର ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ ବ୍ରହ୍ମପୁର ସହରରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ସହ ପ୍ରତ୍ୟେକ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ସହଯୋଗ କାମନା କରାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details