ଓଡିଶା

odisha

By

Published : Feb 9, 2021, 8:40 AM IST

ETV Bharat / state

କୋର୍ଟରେ ହାଜର ହେବେ ପାଠକ ବାପା-ପୁଅ

ବ୍ରହ୍ମପୁରର ଏସଡିଜେଏମ କୋର୍ଟରେ ଆଜି ପାଠକ ବାପା-ପୁଅ ହାଜର ହେବେ । ଅଧିକ ପଢନ୍ତୁ...

ପାଠକ ବାପା-ପୁଅ
ପାଠକ ବାପା-ପୁଅ

ବ୍ରହ୍ମପୁର: ଆଜି ବ୍ରହ୍ମପୁରର ଏସଡିଜେଏମ କୋର୍ଟରେ ହାଜର ହେବେ ପାଠକ ବାପା-ପୁଅ । ପରେ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇପାରେ ବ୍ରହ୍ମପୁର ପୋଲିସ । ଟାଟାରେ ଚାକିରି କରାଇଦେବା ନାମରେ ହୋଇଥିବା ଠକେଇ ମାମଲାରେ ଅଧିକ ତଦନ୍ତ କରିବ ପୋଲିସ ।

ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଟାଟାରେ ଚାକିରି କରାଇଦେବା ନାମରେ ଠକେଇ ମାମଲା ରହିଛି । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ପ୍ରଡକସନ୍ ୱାରେଣ୍ଟ ଦେବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା । ତେବେ ଏହାକୁ ବ୍ରହ୍ମପୁର କୋର୍ଟରୁ ଭୁବନେଶ୍ବର କୋର୍ଟକୁ ପଠାଇ ଦିଆଯାଇଛି ।

ତେଣୁ ଆଜି(ମଙ୍ଗଳବାର) ବାପା ଓ ପୁଅଙ୍କୁ ବ୍ରହ୍ମପୁର ଏସ୍.ଡି.ଜେ.ଏମ୍ କୋର୍ଟରେ ହାଜର କରାଇବା ପାଇଁ ବ୍ରହ୍ମପୁର ପୋଲିସର ଏକ ଏସକର୍ଟ ଟିମ୍ ରାଜଧାନୀ ଯାଇଥିବା ଜଣାପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details