ବ୍ରହ୍ମପୁର:ପୁଣି ଟ୍ରେନରେ ଆତଙ୍କ ଖେଳାଇଲେ ଲୁଟେରା । ପଇଡରେ ନିଶା ଦେଇ ଲୁଟି ନେଲେ ସୁନା ଅଳଙ୍କାର ଓ ମୋବାଇଲ । ପୁରୀ ବୁଲିବାକୁ ଯାଇଥିବା ବେଳେ ଟ୍ରେନରେ ନିଜ ଘର ବ୍ରହ୍ମପୁର ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା । ତେବେ ପୀଡିତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲେର ଭର୍ତ୍ତି କରାଯାଇଛି ।
ଲୁଟର ଶିକାର ବ୍ୟକ୍ତିମାନେ ହେଲେ ବ୍ରହ୍ମପୁର ଆଙ୍କୋଲି ଅଞ୍ଚଳର ଦୁଇ ଦମ୍ପତ୍ତି କେ. ସୁବାଷ ଚନ୍ଦ୍ର ଆଚାରୀ, କେ.ସୁମତୀ ଆଚାରୀ ଓ କେ.କିଶୋର ଚନ୍ଦ୍ର ଆଚାରୀ, ସାରାଦା ଆଚାରୀ । ସୂଚନାଅନୁସାରେ, ପୁରୀ ରେଳ ଷ୍ଟେସନରେ ଦୁଇ ଜଣ ଯୁବକ ତାଙ୍କ ବ୍ୟାଗ ଓ ବିଭିନ୍ନ ସାମଗ୍ରୀ ଟ୍ରେନର ରଖିବାରେ ସାହାଯ୍ୟ କରିଥିଲେ । ପରେ ଟ୍ରେନ ଚାଲିବାର କିଛି ସମୟ ପରେ ସାକ୍ଷୀଗୋପାଳ ନିକଟରେ ସେମାନଙ୍କୁ ପଉଡ଼ ପିଇବା ଲାଗି କହିଥିଲେ । ଏଥିରେ ଚାରିଜଣ ଯାତ୍ରୀ ଲୁଟେରାଙ୍କ କଥାରେ ପଇଡ଼ ପିଇଥିଲେ ଉଭୟେ । ପରେ ସେମାନେ କିଛି ଜାଣି ପାରିନଥିଲେ ।