ଗଞ୍ଜାମ: ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତରେ ଶୁକ୍ରବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବିପୁଳିଙ୍ଗି ପଞ୍ଚାୟତରେ ଥିବା ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ମଳ ପଡ଼ୁଥିବା ଦେଖାଯାଇଛି । କେଉଁଭଳି ଭାବରେ ସେମାନଙ୍କ ଉପରେ ଏହି ମଳ ପଡ଼ୁଛି ତାହା ସ୍ପଷ୍ଟ ହୋଇପାରୁନି ।
ବିଦ୍ୟାଳୟ ଉପରେ ଗୁଣିଗାରେଡି କରାଯାଇଥିବା ସନ୍ଦେହରେ ଚିନ୍ତାରେ ପଡ଼ି ଯାଇଛନ୍ତି ଅବିଭାବକ । ଶୁକ୍ରବାର ଦିନ ତମାମ ବିଦ୍ୟାଳୟ ଭିତରେ ପିଲା ପରିଧାନ କରିଥିବା ସାର୍ଟ ଓ ପ୍ୟାଣ୍ଟରେ ଅଚାନକ ମଳ ଲାଗିଥିବା ଦେଖାଯାଇଥିଲା । ଖାଲି ପୋଷାକ ନୁହେଁ, ମଧ୍ୟାହ୍ନ ଭୋଜନ ଖାଦ୍ୟରେ ମଧ୍ୟ ମଳ ପଡିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା ।