ଓଡିଶା

odisha

ETV Bharat / state

ଗଞ୍ଜାମରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହାକୁ ଜଙ୍ଗଲରେ ଛଡାଯାଇଥିଲା । ଅଧିକ ପଢନ୍ତୁ...

ଗଞ୍ଜାମରୁ ବିରଳ ବଜ୍ରକାପ୍ତା ଉଦ୍ଧାର
ଗଞ୍ଜାମରୁ ବିରଳ ବଜ୍ରକାପ୍ତା ଉଦ୍ଧାର

By

Published : Jun 1, 2020, 7:35 PM IST

ବ୍ରହ୍ମପୁର: ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଂସାମରୀ ଗ୍ରାମରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବିରଳ ପ୍ରଜାତିର ପ୍ରାଣୀ ବଜ୍ରକାପ୍ତା ଗାଁର ପଛପଟେ ଥିବା ନଡିଆ ବଗିଚାର ପରିତ୍ୟକ୍ତ କୂଅ ନିକଟରେ ବୁଲୁଥିଲା । ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ଗଞ୍ଜାମରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ପାରଳାଖେମୁଣ୍ଡି ଡିଭିଜନ ଚନ୍ଦ୍ରଗିରି ଓ ପୋଡାମାରୀ ବନାଞ୍ଚଳ ଅଧୀନରେ ଏହି ଗାଁ ରହିଛି । ଖବର ପାଇ ଚନ୍ଦ୍ରଗିରି ଓ ପୋଡାମାରୀ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ କୌଶଳକ୍ରମେ ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଗଞ୍ଜାମରୁ ବିରଳ ବଜ୍ରକାପ୍ତା ଉଦ୍ଧାର

ଏହାପରେ ପୋଡାମାରୀ ବନାଞ୍ଚଳ ଅଧିକାରୀ କାଳୀଚରଣ ବେହେରାଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଲଖାରୀ ଅଭୟାରଣ୍ୟରେ ଏହାକୁ ଛାଡି ଦିଆଯାଇଥିଲା । ଏହି ଉଦ୍ଧାର ସମୟରେ ବନାଞ୍ଚଳ ଅଧିକାରୀ କାଳୀଚରଣଙ୍କ ସମେତ ପୋଡାମାରୀ ଫରେଷ୍ଟର ଲକ୍ଷ୍ମୀକାନ୍ତ ପାତ୍ର, ଲୁହାଗୁଡି ଫରେଷ୍ଟ ଗାର୍ଡ କାଳିଆ ପ୍ରଧାନ, ଟି. ଗୋବିନ୍ଦପୁର ଫରେଷ୍ଟ ଗାର୍ଡ ସୁଧାକର ଖଣ୍ଡାଳୁ, ପୋଡାମାରୀ ଫରେଷ୍ଟ ଗାର୍ଡ ଗାୟତ୍ରୀ ପ୍ରଧାନ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details