ଓଡିଶା

odisha

ETV Bharat / state

ଛତ୍ରପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ, ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଧାରଣା - ଛତ୍ରପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ

କୋଭିଡ ଟେଷ୍ଟରେ ପଜିଟିଭ ଦର୍ଶାଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନକୁ ବାତିଲ କରାଯିବା ପରେ ପ୍ରତିବାଦରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମୁଖରେ ଧାରଣାରେ ବସି ରହିଲେ ସମର୍ଥକ । ଅଧିକ ପଢନ୍ତୁ

ଛତ୍ରପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ: ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଧାରଣା
ଛତ୍ରପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ: ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମର୍ଥକଙ୍କ ଧାରଣା

By

Published : Mar 13, 2022, 7:42 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଶନିବାର ଦିନ ଛତ୍ରପୁର ନିର୍ବାଚନମଣ୍ଡଳୀରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କୋଭିଡ ଟେଷ୍ଟରେ ପଜିଟିଭ ଦର୍ଶାଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନକୁ ବାତିଲ କରାଯିବା ପରେ ପ୍ରତିବାଦରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ବାସଭବନ ସମୁଖରେ ଧାରଣାରେ ବସି ରହିଲେ ସମର୍ଥକ ।

ସୂଚନାଅନୁସାରେ, ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ନିର୍ଦ୍ଧାରିତ ସମୟରେ ଛତ୍ରପୁର ବ୍ଳକର ୧୮ ଗୋଟି ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟା ବ୍ଳକ ପରିସରରେ ପହଞ୍ଚିଥିଲେ । ଗୋଟିଏ ଗୋଷ୍ଠୀର ୧୨ ଜଣ ସମିତିସଭ୍ୟାଙ୍କ ମଧ୍ୟରୁ କିରଣ କୁମାରୀ ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିବା ପରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିଲା । ଆଉ ଏଭଳି ସମୟରେ ଅପରପକ୍ଷର ୬ଜଣ ସମିତିସଭ୍ୟାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ତଥା କୋଭିଡ ପଜିଟିଭ ଥିବା ଦର୍ଶାଇ ନିର୍ବାଚନ ବାତିଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅଟକାଇବାକୁ ଚାଲ, ହଠାତ କୋଭିଡ ପଜିଟିଭ ହେଲେ 6 ସମିତି ସଭ୍ୟ ପ୍ରାର୍ଥୀ !

ରାଜ୍ୟ ତଥା ଜିଲ୍ଲାର ଅନ୍ୟ କୌଣସି ବ୍ଲକରେ କୋଭିଡ କଟକଣା କିମ୍ୱା କୋଭିଡ ଟେଷ୍ଟ ନିୟମ ନଥିବା ବେଳେ ବ୍ଲକ ପରିସରରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ କିପରି ଏଭଳି ଘଟଣା ଘଟିଲା ଏବଂ କୋଭିଡ ପଜିଟିଭର ଆଳ ଦେଖାଇ କିପରି ନିର୍ବାଚନ ଅଧିକାରୀ ଏପରି କଲେ ତାହାକୁ ନେଇ ଦୃଢ ଭାବରେ ନିନ୍ଦା କରିଛନ୍ତି ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ନେତୃବୃନ୍ଦ । ତୁରନ୍ତ ପ୍ରଶାସନ ପକ୍ଷରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ଏକମାତ୍ର ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details