ବ୍ରହ୍ମପୁର: ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର କାର୍ଯ୍ୟରତ ପିଇଓ ମନୋଜ କୁମାର ସାହୁ । ଅସ୍ଥାୟୀ ଚପରାସୀଙ୍କ ଠାରୁ ନେଉଥିଲେ ଲାଞ୍ଚ ।
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପିଇଓ
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ପିଇଓ । ଅସ୍ଥାୟୀ ଚପରାସୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରା ପଡି଼ଲେ । ଅଧିକ ପଢ଼ନ୍ତୁ...
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପିଇଓ
ସୂଚନା ଅନୁସାରେ ଗ୍ରାମପଞ୍ଚାୟତରେ ଅସ୍ଥାୟୀ ଚପରାସୀ ଭାବରେ କାର୍ଯ୍ୟରତ ପାଣୁ ଚରଣ ସେଠୀଙ୍କ ବର୍ଦ୍ଧିତ ଦରମା ପ୍ରଦାନ କରିବା ନେଇ ବୈଠକରେ ପ୍ରସ୍ତାବ ପ୍ରଦାନ କରିବା ପାଇଁ ପିଇଓ ଏହି ଲାଞ୍ଚ ଟଙ୍କା ନେଉଥିଲେ । ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଅଭିଯୁକ୍ତକୁ ସରକାରୀ କାର୍ଯ୍ୟାଳୟ ପରିସରରୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ