ଓଡିଶା

odisha

ETV Bharat / state

ଧାନ କିଣୁନାହିଁ ମଣ୍ଡି, ପ୍ରତିବାଦରେ ରାସ୍ତାରେ ଟାୟାର ଜାଳିଲେ ଚାଷୀ

ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡିର କାର୍ଯ୍ୟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

By

Published : Feb 16, 2021, 5:13 PM IST

ଧାନ କିଣୁନାହିଁ ମଣ୍ଡି , ପ୍ରତିବାଦରେ ରାସ୍ତାରେ ଟାୟାର ଜାଳିଲେ ଚାଷୀ
ଧାନ କିଣୁନାହିଁ ମଣ୍ଡି , ପ୍ରତିବାଦରେ ରାସ୍ତାରେ ଟାୟାର ଜାଳିଲେ ଚାଷୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡିର କାର୍ଯ୍ୟକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ବେଳେ ମିଳିଥିବା ଟୋକନ ଅବଧି ଶେଷ ହେଉଥିବାରୁ ଏହାକୁ ନେଇ ପ୍ରତିବାଦ କରି ଶେଷରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ସରକାରୀ ମଣ୍ଡିରେ ଧାନ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ପ୍ରତିବାଦରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତରେ ପ୍ରାୟ ଚାରୋଟି ଗ୍ରାମର ଚାଷୀ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଧାନ କିଣୁନାହିଁ ମଣ୍ଡି , ପ୍ରତିବାଦରେ ରାସ୍ତାରେ ଟାୟାର ଜାଳିଲେ ଚାଷୀ

ଅଭିଯୋଗ ଅନୁସାରେ ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତରେ ମୋଟ ୪୪୦ ଜଣ ଚାଷୀ ମଣ୍ଡିରେ ଧାନ ବିକିବା ପାଇଁ ପଞ୍ଜିକରଣ କରିଥିବାବେଳେ ସେଥିରୁ ମାତ୍ର ୮୦ ରୁ ଶହେ ଜଣ ଚାଷୀଙ୍କ ଧାନ ସଂଗ୍ରହ ହୋଇଛି ।

ଅନ୍ୟ ଚାଷୀଙ୍କୁ ମିଳିଥିବା ଟୋକନ୍ ଅବଧି ଶେଷ ହେଉଥିବାରୁ ଚିନ୍ତାରେ ଚାଷୀକୂଳ । ବିଶେଷକରି ପ୍ରାୟ 4 ହଜାର କୁଇଣ୍ଟାଲ ଧାନ ପଞ୍ଚାୟତରେ ରହିଥିବା ବେଳେ ଏ ନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଯୋଗାଣ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ନିବେଦନ କରିଥିବାବେଳେ କୌଣସି ସୁଫଳ ମିଳିନଥିଲା ।

ଫଳରେ ଚାଷୀ ମାନେ ବାଧ୍ୟ ହୋଇ ବିକ୍ଷୋଭ କରିବା ସହିତ ତୁରନ୍ତ ଏଥିପ୍ରତି ଦୃଷ୍ଟି ନେଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଚେତାବନୀ ଦେଇଛନ୍ତି । ମୁଖ୍ୟତଃ ପଞ୍ଚାୟତର ସୋସାଇଟି ସଂପାଦକ , ମିଲର ଏବଂ ପ୍ରଶାସନ ପକ୍ଷରୁ ସମନ୍ବୟର ଅଭାବ କାରଣରୁ ଏପରି ଘଟୁଥିବା କହିଛନ୍ତି ଚାଷୀ ।

ଏହି ପଞ୍ଚାୟତର ବରଙ୍ଗ , ମାଧପୁର , ନୂଆପଲ୍ଲୀ ଓ ରଙ୍ଗମାଟିଆ ଭଳି ଗ୍ରାମରେ ଆଦୌ ସଂଗ୍ରହ ହୋଇନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନନେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛନ୍ତି ଚାଷୀମାନେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details