ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି, କଳା ବ୍ୟାଚ୍‌ ପରିଧାନ କରି ପାରା ବନ କର୍ମଚାରୀଙ୍କ ପ୍ରତିବାଦ

ସ୍ଥାୟୀ ନିଯୁକ୍ତି ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଅସ୍ଥାୟୀ ପାରା ବନ କର୍ମଚାରୀ । କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି । ଅଧିକ ପଢ଼ନ୍ତୁ

By

Published : Nov 15, 2022, 1:42 PM IST

outsourcing forest employees protest in berhampur demanding permanent job
ସ୍ଥାୟୀ ନିଯୁକ୍ତି ଦାବି, କଳା ବ୍ୟାଚ ପରିଧାନ କରି ପାରା ବନ କର୍ମଚାରୀଙ୍କ ପ୍ରତିବାଦ

ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତି ଦାବିରେ କଳାବ୍ୟାଚ ପରିଧାନ କଲେ ଅସ୍ଥାୟୀ ପାରା ବନ କର୍ମଚାରୀ । ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଅସ୍ଥାୟୀ ପାରା ବନ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରି କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ନିକଟରେ ରାଜ୍ୟ ସରକାର ୫୭ ହଜାର ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଘୋଷଣା କରିଥିବା ବେଳେ ପାରା ବନ କର୍ମଚାରୀ ଏଥିରୁ ବାଦ ପଡ଼ିଛନ୍ତି । ବାରମ୍ବାର ଆନ୍ଦୋଳନ ସତ୍ତ୍ବେ ଦାବି ପୂରଣ ନହେବାରୁ ପୁଣି ଥରେ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କଳା ବ୍ୟାଚ ପରିଧାନ କରି ପାରା ବନ କର୍ମଚାରୀଙ୍କ ପ୍ରତିବାଦ

ଗତ ୨୦୧୮ ମସିହା ଜୁନ ମାସରେ ରାଜ୍ୟ ସଂଘ ପକ୍ଷରୁ ତିନି ଦିନ ଧରି ଭୁବନେଶ୍ୱର ଠାରେ ପାରା କର୍ମଚାରୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା । ସେହି ସମୟରେ ମୁଖ୍ୟ ଶାସନ ସଚିବ ସମସ୍ତ କର୍ମଚାରୀଙ୍କ ସମସ୍ୟାକୁ ଏକ ମାସ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହାରି ଭିତରେ ପାଞ୍ଚ ବର୍ଷ ବିତି ଯାଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଯାହା ଫଳରେ ପୁଣିଥରେ ସମସ୍ତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜିଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତେ କଳାବ୍ୟାଜ ପରିଧାନ କରିବେ। ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆସନ୍ତା ୨୬ ତାରିଖଠାରୁ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଆରମ୍ଭ କରିବେ ବୋଲି କହିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିନରେ କାମ କରୁଥିବା ୧୬୦ରୁ ଊର୍ଦ୍ଧ୍ବ ପାରା କର୍ମଚାରୀ ପ୍ରତିବାଦରେ ସାମିଲ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details