ବ୍ରହ୍ମପୁର: କୋରୋନା କାୟାରେ କଲବଲ ବିଶ୍ବ । ଅଦୃଶ୍ୟ ଭାଇରସ ଛୋଟ ଛୋଟ ବେପାରୀଙ୍କ ହାତ ବାନ୍ଧି ଦେଇଛି । ମହାମାରୀ କୋରୋନା ଯୋଗୁଁ ଚଳିତ ବର୍ଷ ନା ରାଜ୍ୟରେ ପାଳନ ହେଲା କୌଣସି ପର୍ବପର୍ବାଣୀ ନା ଲାଗିଲା ଯାନିଯାତ୍ରାର ଆସର । ଫଳରେ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଲେ କ୍ଷୁଦ୍ର ବେପାରୀ । କିନ୍ତୁ କୋରୋନା କାଳରେ କ୍ଷୁଦ୍ର ବେପାରୀଙ୍କୁ ସହାୟତର ହାତ ବଢାଇଛି ପ୍ରଶାସନ ।
ମହିଳାଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବା ପାଇଁ ଓରମାସ ପକ୍ଷରୁ ଆୟୋଜିତ ହୋଇଛି କ୍ଷୁଦ୍ର ମେଳା , ଯେଉଁଥିରେ ମହିଳାମାନେ ନିଜ ହାତ ତିଆରି ସାମଗ୍ରୀ ବିକ୍ରୟ କରିପାରିବେ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ବ୍ରହ୍ମପୁରରେ କ୍ଷୁଦ୍ର ମେଳାର ଆୟୋଜନ କରାଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହି ମେଳାର ସାମିଲ କରାଯାଇଛି । ସଦର ମହକୁମ୍ମା ଛତ୍ରପୁର ସ୍ଥିତ ସ୍ଥାନୀୟ ଷ୍ଟାଡିୟମ୍ ଏବଂ ବ୍ରହ୍ମପୁର ସହରର ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଏଭଳି ମେଳା ଆୟୋଜନ ହୋଇଛି । କୋରୋନା କଟକଣା କାରଣରୁ ପ୍ରତ୍ୟେକ ସ୍ଥାନରେ 6ଟି ଲେଖାଏଁ ଷ୍ଟଲର ବ୍ୟବସ୍ଥା କରିଛି ପ୍ରଶାସନ ।