ଓଡିଶା

odisha

ETV Bharat / state

ଅନଲାଇନରେ ହାଇଟେକ୍ ଠକେଇ, 6 ଅଭିଯୁକ୍ତ ଗିରଫ

ଋଣ ଦେବାକୁ ପ୍ରତିଶୃତି ଦେଇ ଅନଲାଇନରେ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । 6 ଅଭିଯୁକ୍ତ ଗିରଫ ।

By

Published : Feb 9, 2019, 6:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଫାଇନାନ୍ସ କମ୍ପାନୀ ନାମରେ ଲୁଟ୍ । ଋଣ ଦେବାକୁ ପ୍ରତିଶୃତି ଦେଇ ଅନଲାଇନରେ ଠକି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏଭଳି ଏକ ଠକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ବ୍ରହ୍ମପୁର ସାଇବର ପୋଲିସ । ଶୁକ୍ରବାର ଗ୍ୟାଙ୍ଗର 6ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଗ୍ୟାଙ୍ଗରେ 5ଜଣ ଯୁବତୀଙ୍କ ସମେତ ଜଣେ ଯୁବକ ମଧ୍ୟ ରହିଛନ୍ତି ।


ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ଅଭିଯୋଗ ମୁତାବକ, ଏମାନେ ନିଜକୁ ଏକ ଫାଇନାନ୍ସ କମ୍ପାନୀର ସଦସ୍ୟ ଭାବେ ପରିଚୟ ଦେଇ ଲୋକଙ୍କୁ ଋଣ ଦେବାକୁ ପ୍ରତିଶୃତି ଦେଉଥିଲେ । ଏହା ପରେ ସିକ୍ୟୁରିଟି ଡିପୋଜିଟର ଆଳ ଦେଖାଇ ଅନଲାଇନରେ ଲୁଟୁ ଥିଲେ ଲକ୍ଷ ଲକ୍ଷ ଟଙ୍କା । ଏ ନେଇ ଗୋଷାଣିନୂଆଗାଁ ଥାନା ଅଞ୍ଚଳର ଦୀପକ ପଣ୍ଡା ନାମକ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏ ନେଇ ମାମଲା ରୁଜୁ କରିବା ସହ ନକଲୀ କମ୍ପାନୀ ଉପରେ ଚଢାଉ କରି 6ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଅଭିଯୁକ୍ତ ମାନଙ୍କ ଜାମିନ ନାଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମାନେ ହେଲେ, ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳର ଦମୟନ୍ତୀ ମାର୍ଥା, କେନ୍ଦ୍ରାପଡାର ମଧୁସ୍ମିତା ଦାସ, ଦେବସ୍ମିତା ଦାସ, ବିଷ୍ଣୁପ୍ରିୟା ଶତପଥୀ, ପୁରୀର ସରୋଜିନୀ ସ୍ବାଇଁ ଏବଂ ସମ୍ବଲପୁରର ଆଶିଷ୍ ପୋଢ ।

ସୂଚନାଅନୁଯାୟୀ, ଗତ ୨୦୧୮ ମସିହା ଜୁନ୍ ମାସରେ ୫ଲକ୍ଷ ଟଙ୍କା ଋଣ ଦିଆଯିବାର ପ୍ରଲୋଭନ ଦେଖାଇ ତିନୋଟି ପର୍ଯ୍ୟାୟରେ ସମୁଦାୟ ୭୦ ହଜାର ଟଙ୍କା ଠକି ନେଇଥିଲେ ଏମାନେ । ଏହା ଜଣାପଡିବା ପରେ ସାଇବର୍ ଥାନାରେ ମାମଲା ରୁଜୁ ହୋଇଥିଲା ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details