ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜଗମୋହନ ଗାଁରେ ଆଜି ବଜ୍ରପାତ ଘଟି ଜଣଙ୍କ ମୃତ୍ଯୁ ହାେଇଛି । ଅନ୍ଯ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ କନ୍ଧମାଳ ଜିଲ୍ଲା ମୁନିଗୁଡାର ସୁଖଦେଵ ସାହୁ ବୋଲି ଜଣାପଡିଛି । ସେ ଏକ ଶୁଦ୍ଧିକାର୍ଯ୍ଯରେ ଯୋଗଦେବା ପାଇଁ ଜଗମୋହନ ଗାଁକୁ ଆସିଥିବା ବେଳେ ଘଟିଛି ଏହି ଅଘଟଣ ।
ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସି ବଜ୍ରପାତ ନେଲା ଯୁବକଙ୍କ ଜୀବନ - ଗୁରୁତର ଆହତ
ବଜ୍ରପାତ ଘଟି ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଆଉ ଜଣେ ଯୁବକ ଆହତ ଅବସ୍ଥାରେ ମେଡିକଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...
ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ଯୁ, ଆଉ ଜଣେ ଗୁରୁତର
ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ଯୁ, ଆଉ ଜଣେ ଗୁରୁତର
ଅନ୍ଯପଟେ ଜୁରିଆ ବାଡ଼ତ୍ୟାଙ୍କର ଅବସ୍ଥା ଗୁରୁତର ଥିବା ହେତୁ ଆସିକା ମେଡିକାଲରେ ଚିକିତ୍ସl ପାଇଁ ଭର୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଉଭୟଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ କାର୍ଯ୍ୟରତ ଡାକ୍ତର ସୁଖଦେଵ ସାହୁଙ୍କୁ ମୃତ ଘୋଷଣା କରିଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ