ଓଡିଶା

odisha

ETV Bharat / state

ଆଇପିଏଲ୍ ବ୍ୟାଟିଂ ମାମଲାରେ ପୁଣି ଜଣେ ଗିରଫ - IPL batting

ଆଇପିଏଲ୍ ବ୍ୟାଟିଂ ମାମଲାରେ ବ୍ରହ୍ମପୁର ପୋଲିସ ପୁଣି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଏହି ଘଟଣାରେ ଅଜୟ କୁମାର ପଣ୍ଡା ଓରଫ ଅଜୁକୁ ଗିରଫ କରିଛି ।

ଆଇପିଏଲ୍ ବ୍ୟାଟିଙ୍ଗ୍ ମାମଲାରେ ପୁଣି ଜଣେ ଗିରଫ
ଆଇପିଏଲ୍ ବ୍ୟାଟିଙ୍ଗ୍ ମାମଲାରେ ପୁଣି ଜଣେ ଗିରଫ

By

Published : Dec 14, 2020, 2:19 PM IST

ବ୍ରହ୍ମପୁର: ଆଇପିଏଲ ବ୍ୟାଟିଂ ମାମଲାରେ ବ୍ରହ୍ମପୁର ପୋଲିସ ପୁଣି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଅକ୍ଟୋବର ୨୯ ତାରିଖରେ ସହରର ଗୋଷାଣିନୂଆଗାଁ ଥାନା ପୋଲିସ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ତଦନ୍ତ ଜାରି ରଖିଥିବା ପୋଲିସ ଏହି ଘଟଣାରେ ଅଜୟ କୁମାର ପଣ୍ଡା ଓରଫ ଅଜୁକୁ ଗିରଫ କରିଛି ।

ଆଇପିଏଲ୍ ବ୍ୟାଟିଙ୍ଗ୍ ମାମଲାରେ ପୁଣି ଜଣେ ଗିରଫ

ଅଜୟର ଘର କନିଷି ଅଞ୍ଚଳରେ । ଗତକାଲି ରାତି ସମୟରେ ଅଜୁକୁ ସହରର ଗୋଷାଣିନୂଆଗାଁ ଥାନାର ସଦାନନ୍ଦ ବିହାର ପଞ୍ଚମ ଲାଇନ୍ ରାଜାରାଣୀ ପ୍ଳାର୍ଟ ନଂ ୩୦ରୁ ଗିରଫ କରାଯାଇଛି ।

ଆଇପିଏଲ୍ ବ୍ୟାଟିଙ୍ଗ୍ ମାମଲାରେ ପୁଣି ଜଣେ ଗିରଫ

ଅଜୁ ଠାରୁ ନଗଦ ୧୧୫୦୦ ଟଙ୍କା ସମେତ ପାଞ୍ଚୋଟି ମୋବାଇଲ୍ ,ସିମ୍ କାର୍ଡ ,ଏଟିଏମ୍ କାର୍ଡ ,ଏସ୍.ଡି କାର୍ଡକୁ ଜବତ କରାଯାଇଛି । ଗିରଫ ଅଜୁକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରେସ ରିଲିଜ୍ ରେ ସୂଚନା ଦିଆଯାଇଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details