ଭଞ୍ଜନଗର:ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ଥାନା ଗୋବିନ୍ଦପୁର ଗ୍ରାମରେ । ମୃତ ବ୍ୟକ୍ତି ହେଲେ ମୁରଲୀ ପାତ୍ର ।
ସୂଚନାଅନୁସାରେ, ମୁରଲୀ ପାତ୍ର ଗାଈ ଚରାଉଥିବା ସମୟରେ ହଠାତ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା । ଆଉ ଏହି ସମୟରେ ବଜ୍ରାଘାତ ଘଟି ଘଟଣାସ୍ଥଳରେ ମୁରଲୀ ଟଳିପଡିବା ସହ ଗାଈଟିର ମଧ୍ୟ ମୃତ ହୋଇଥିଲା । ଗ୍ରାମବାସୀ ମୁରଲୀଙ୍କୁ ସଙ୍ଗେ ସଙ୍ଗେ ନିକଟରେ ଥିବା ଖତଗଦାରେ ପୋତିଦେଲେ ।