ଓଡିଶା

odisha

ETV Bharat / state

ଦନ୍ତା ଆକ୍ରମଣରେ ସାଧୁ ଗୁରୁତର - One injured in elephant attack

ଦନ୍ତା ଆକ୍ରମଣରେ ସାଧୁ ଗୁରୁତର । ମେଡିକାଲରେ ଭର୍ତ୍ତି, ତଦନ୍ତ ଜାରି । ଅଧିକ ପଢନ୍ତୁ...

One injured in elephant attack in ganjam
ଦନ୍ତା ଆକ୍ରମଣରେ ସାଧୁ ଗୁରୁତର

By

Published : Jan 3, 2021, 9:08 PM IST

ଭଞ୍ଜନଗର :ଦନ୍ତା ହାବୁଡରେ ସାଧୁ ଗୁରୁତର । ତାଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଖରାପ ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ବନ ବିଭାଗ ଅଧିକରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦନ୍ତା ଆକ୍ରମଣରେ ସାଧୁ ଗୁରୁତର

ସୂଚନା ଅନୁସାରେ, ଗଞ୍ଜାମ ବୁଗୁଡା ବନାଞ୍ଚଳରେ ଆଜି ଅପରାହ୍ନରେ ଏକ ଦନ୍ତାହାତୀ ଜଣେ ସାଧୁଙ୍କୁ ପାଦରେ ଦଳି ଦେଇଥିବା ଜଣାପଡିଛି। ଭଗବାନପୁର ସେକ୍ସନ ତାଳସର ବିଟରେ ଏକ ଦନ୍ତାହାତୀ ରହୁଥିବା ବେଳେ ଦନ୍ତାଟି ବ୍ୟତିବ୍ୟସ୍ତ ହୋଇ ପଡିଥିଲା । ପ୍ରଥମେ ଜଣେ ବନରକ୍ଷୀଙ୍କୁ ପାଦରେ ଦଳିବା ପାଇଁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବସତ ବନରକ୍ଷୀ ଜଣକ ରକ୍ଷା ପାଇଯାଇଥିଲେ। ପରେ ହାତୀଟି ନୂଆଁପଲ୍ଲୀ ରାମପାଦ ଆଶ୍ରମର ସାଧୁ ଚୈତନ ମହାରାଜାଙ୍କୁ ପାଦରେ ଦଳି ଦେଇଥିଲା । ଫଳରେ ସାଧୁଙ୍କ ଜଙ୍ଘ ହାଡ଼ ଭାଙ୍ଗି ଥିବା ଜଣାପଡିଛି। ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ସାଧୁଙ୍କୁ ଉଦ୍ଧାର କରିଥିଲେ । ଆଉ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details