ଓଡିଶା

odisha

By

Published : Jul 16, 2022, 11:56 AM IST

ETV Bharat / state

ଚଳନ୍ତା ଟ୍ରେନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଛୁରା ମାଡରେ ଚାଲିଗଲା ଜଣଙ୍କ ଜୀବନ

ଚେନ୍ନାଇ-ହାଓ୍ବଡା ଚଳନ୍ତା ଟ୍ରେନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କ ଛୁରା ମାଡ଼ରେ ଅନ୍ୟ ଜଣଙ୍କର ଜୀବନ ଯାଇଛି । ଘଟଣାଟି ଛତ୍ରପୁର-ଗଞ୍ଜାମ ମଧ୍ୟରେ ହୋଇଛି । ଅଧିକ ପଢନ୍ତୁ

ଚଳନ୍ତା ଟ୍ରେନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଛୁରା ମାଡରେ ଜଣଙ୍କ ମୃତ୍ୟୁ
ଚଳନ୍ତା ଟ୍ରେନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଛୁରା ମାଡରେ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଚଳନ୍ତା ଟ୍ରେନରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳ ଏତେ ମାତ୍ରାରେ ବଢି ଗଲାଯେ ସମ୍ପର୍କୀୟକୁ ଛୁରାମାଡ କରିବାକୁ ପଛାଇଲାନି ସମ୍ପର୍କୀୟ । ଫଳରେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଚେନ୍ନାଇ-ହାଓ୍ବଡା ମେଲ ଟ୍ରେନରେ ।

ସୂଚନା ଅନୁସାରେ, ସ୍ବାମୀ-ସ୍ତ୍ରୀ ଓ ତାଙ୍କର ସମ୍ପର୍କୀୟ ମିଶି ଦୁଇ ପରିବାର ଚେନ୍ନାଇ ଠାରୁ ହାୱଡା ଅଭିମୁଖେ ଆସୁଥିଲା ବେଳେ ଦୁଇ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହାକି ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେବା ସହ ଜଣେ ସମ୍ପର୍କୀୟ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଛୁରି ଭୁସି ଦେଇଥିଲେ ।

ଟ୍ରେନରେ ଅନ୍ୟ ଯାତ୍ରୀ ମାନେ ଏହାକୁ ଦେଖିବା ପରେ ତୁରନ୍ତ ଆରପିଏଫକୁ ଯୋଗାଯୋଗ କରି ଟ୍ରେନକୁ ଅଟକାଇଥିଲେ । ଆକ୍ରମଣର ଶିକାର ହୋଇଥିବା ପ୍ରସନ୍ନଜିତ ଗୋରାଇଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତକ ପ୍ରସନ୍ନଜିତ ଗୋରାଇ ପଶ୍ଚିମବଙ୍ଗର ବାହାଦୁରପୁର ଅଞ୍ଚଳର ଏବଂ ଅଭିଯୁକ୍ତ ହେଲେ ମୃତକଙ୍କ ସମ୍ପର୍କୀୟ ରାଜୀବ ଗୋରାଇ l ଅଭିଯୁକ୍ତକୁ ଗଞ୍ଜାମ ଥାନାରେ ଅଟକ ରଖାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details