ଓଡିଶା

odisha

By

Published : Jun 1, 2022, 9:21 PM IST

ETV Bharat / state

ଗଛରେ ଧକ୍କା ହୋଇ ଜଳିଗଲା ବାଇକ୍, ଆରୋହୀ ମୃତ

ଗଛରେ ଧକ୍କା ହୋଇ ଜଳିଗଲା ବାଇକ୍ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନିକଟ ବାରଦଣ୍ଡା ଛକଠାରେ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଗଛରେ ଧକ୍କା ହୋଇ ଜଳିଗଲା ବାଇକ୍, ଜଣେ ମୃତ
ଗଛରେ ଧକ୍କା ହୋଇ ଜଳିଗଲା ବାଇକ୍, ଜଣେ ମୃତ

ଭଞ୍ଜନଗର: ଗଛରେ ଧକ୍କା ହେଲା ବାଇକ୍ । ଘଟଣାସ୍ଥଳରେ ବାଇକଟି ଜଳିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନିକଟ ବାରଦଣ୍ଡା ଛକଠାରେ ଦୁର୍ଘଟଣା ।

ସୂଚନା ଅନୁସାରେ ଗାଙ୍ଗପୁର ଥାନା ବେଣୀପଲି ଗ୍ରାମର କାଳୁଚରଣ ନାୟକ ଓ ତାଙ୍କ ଭଣଜା ସାଗର ବେହେରା ବାଇକ୍ ଯୋଗେ ଦଶପଲ୍ଲାରେ ଥିବା ସଂପର୍କୀୟଙ୍କ ଘରକୁ ଯାଉଥିଲେ । ବାରଦଣ୍ଡା ଛକ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେବା ଫଳରେ ବାଇକରେ ହଠାତ ନିଆଁ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ କାଳୁଚରଣଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ୍ ଗୁରୁତର ଅବସ୍ଥାରେ ସାଗରଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଛି ।

ଇଟିଭି ଭାରତ, ଭଞ୍ଜନଗର

ABOUT THE AUTHOR

...view details