ଓଡିଶା

odisha

ବିକୁଥିଲା ବ୍ରାଉନସୁଗାର ଧରାପଡ଼ିଲା ଜ୍ବାଇଁ, ଶ୍ବଶୁର ଘରେ ମାଡି ବସିଲା ଅବକାରୀ ଟିମ୍

By

Published : May 18, 2023, 2:08 PM IST

ଶ୍ବଶୁର ଘରୁ ନିଶା ବୋପାରୀକୁ ଗିରଫ କଲା ଅବକାରୀ ବିଭାଗ । ବାପୁଜୀନଗର କେଦାରପଲୀରୁ ରାଜକିଶୋର ନାୟକ ଗିରଫ । ଅଧିକ ପଢନ୍ତୁ

brown sugar smuggler arrested from bhubaneswar
brown sugar smuggler arrested from bhubaneswar

brown sugar smuggler arrested from bhubaneswar

ଭୁବନେଶ୍ବର:ମହଙ୍ଗା ପଡିଲା ନିଶା ବେପାର । ଶ୍ବଶୁର ଘରୁ ଜ୍ବାଇଁକୁ ବାନ୍ଧିଲା ଅବକାରୀ ଟିମ । ଗିରଫ ଅଭିଯୁକ୍ତ ହେଲା ୬ନମ୍ବର ଅଞ୍ଚଳର ରାଜକିଶୋର ନାୟକ । ବାପୁଜୀନଗର କେଦାରପଲୀ ଶ୍ବଶୁର ଘରେ ରାଜକିଶୋରଙ୍କୁ ଗିରଫ କରି ଭୁବନେଶ୍ବର ଅବକାରୀ ଟିମ ।


ମିଳିଥିବା ସୂଚନା ମୁତାବକ, ରାଜକିଶୋର ନାୟକ କିଛି ଦିନ ଧରି ବ୍ରାଉନସୁଗାର କାରବାର କରୁଥିଲା । ୬ନମ୍ବର ସୂର୍ଯ୍ୟନଗର ଅଞ୍ଚଳରେ ବେଶ ସକ୍ରିୟ ଥିଲା । ଏନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିବା ବେଳେ ରାଜକିଶୋରକୁ ଟ୍ରାକ କରୁଥିଲା ଅବକାରୀ ବିଭାଗ । ତାକୁ ରେଡହ୍ୟାଣ୍ଡରେ ଧରିବା ପାଇଁ ନିଜେ ଗ୍ରାହକ ସାଜିଥିଲା ଅବକାରୀ ଟିମ । ତେବେ ବ୍ରାଉନସୁଗାର ମାର୍କେଟରେ ଆଉ ମିଳିନଥିବାରୁ କିଛି ନିର୍ଦ୍ଦିଷ୍ଟ ବେପାରୀ ଏପରି କାରବାର କରୁଥିବା ନେଇ ବେଶଧାରୀ ଅବକାରୀ ଅଧିକାରୀଙ୍କୁ କହିଥିଲା ରାଜକିଶୋର । ବର୍ତ୍ତମାନ ବ୍ରାଉନସୁଗାର ନେବା ପାଇଁ ବାପୁଜୀନଗର କେଦାରପଲୀ ଆସିଥିବା କହିବାରୁ ତାକୁ ଧରିବା ପାଇଁ ଟିମ ପକ୍ଷରୁ ଜାଲ ବିଛାଯାଇଥିଲା । ଏନେଇ ସିଧାସଳଖ ଶ୍ବଶୁର ଘରେ ରାଜକିଶୋରକୁ ମାଡ଼ି ବସିଥିଲେ ଅଧିକାରୀ । ତାପାଖରୁ ୪୨ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ନିଜ କ୍ରାଇମରେ ବ୍ୟବହାର କରୁଥିବା ଦୁଇ ଚକିଆ ଗାଡ଼ିକୁ OD-33-AB 5048 ମଧ୍ୟ ଜବତ କରାଯାଇଛି ।


ଏବେ ବ୍ରାଉନସୁଗାର କାରବାର ଧିରେ ଧିରେ କମିବାକୁ ଲାଗିଛି। କାରଣ ପୋଲିସ ଓ ଅବକାରୀ ଟିମର ଧରପଗଡ ପରେ ଧିରେ ଧିରେ ନିଶା ମାଫିଆଙ୍କ କାରବାରରେ ଭୁବନେଶ୍ୱରରେ ଏକ ପ୍ରକାର କଣ୍ଟ୍ରୋଲ ଆସିଛି। କାରଣ ଅନେକ ମାଫିଆ ଗିରଫ ପରଠୁ ଆଉ କାରବାର ପାଇଁ ଆଗ୍ରହୀ ହେଉନାହାନ୍ତି । ଜେଲରୁ ବାହାରି ବି କାରବାର କରିଲେ ପୋଲିସ ଓ ଅବକାରୀ ଟିମ୍ କଡ଼ା ନଜର ରହୁଛି। ନିଶା କାରବାର ଉପରେ ଧିରେ ଧିରେ ରୋକ ଲାଗିଥିବା ବେଳେ କିଛି ଜଣ ଲୁଚାଛପାରେ ବେପାର କରୁଥିବା ଜଣାପଡିଛି ।

ପୂର୍ବପରି ଗଳିକନ୍ଦି ବସ୍ତିରେ ଆଉ ନିଶାଦ୍ରବ୍ୟ ମିଳୁ ନାହିଁ । ଏହି ମଉକାରେ କିଛି ଅସାଧୁ ବ୍ୟବସାୟୀ ଦୁଇଗୁଣା ଅଧିକ ଦାମରେ ବିକ୍ରି କରୁଛନ୍ତି । ମାର୍କେଟରେ ସହଜରେ ମିଳୁନଥିବାରୁ ଉଚ୍ଚା ଦରରେ ବିକ୍ରି କରି ମାଲେମାଲ ହେଉଛନ୍ତି ବ୍ୟବସାୟୀ । ଅନ୍ୟପଟେ ଲୋକମାନଙ୍କୁ ପାଲଟା ଜବାବ ଦେବାକୁ ଚେଷ୍ଟା କରୁଛି ପୋଲିସ । କେତେବେଳେ ବେସ ବଦଳାଇ ତ ଆଉ କେତେବେଳେ ଟ୍ରାକ କରି ବେପାରୀଙ୍କୁ ଗିରଫ କରାଯାଉଛି । ତେବେ ବ୍ରାଉନସୁଗାର ବଦଳରେ ମାର୍କେଟରେ ଏବେ ଗଞ୍ଜେଇ ଧିରେ ଧିରେ ସପ୍ଲାୟ ବଢୁଥିବା ଜଣେ ଅଧିକାରୀ ବିଶେଶ ସୁତ୍ରରୁ ସୁଚନା ଦେଇଛନ୍ତି । ଅବକାରୀ ଟିମ୍ ସହ ଫ୍ଲାଇଙ୍ଗ ସ୍କ୍ବାଡ୍ ଏବଂ କମିସନରେଟ ପୋଲିସ ମଧ୍ୟ ବିଗତ କିଛି ଦିନ‌ଧରି ବଡବଡ ଗଞ୍ଜେଇ କାରବାର ଧରିବାରେ ସଫଳ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details