ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର ସହରର ଡାଇମନ୍ ଜୁବୁଲି ଟାଉନ୍ ହଲ ପରିସରରେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ଠିକା ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବି କରାଯାଇଛି । ଅଧିକ ପଢନ୍ତୁ

By

Published : Nov 7, 2022, 9:05 AM IST

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ
ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର:ସ୍ଥାୟୀ ନିଯୁକ୍ତି ଦାବି କରି ବ୍ରହ୍ମପୁରରେ ଏକତ୍ରିତ ହେଲେ ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ । ସହରର ଡାଇମନ୍ ଜୁବୁଲି ଟାଉନ୍ ହଲ ପରିସରରେ ଏନେଇ ମହାସଂଘ ପକ୍ଷରୁ ଠିକା ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବି କରାଯାଇଛି । ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କୁ ସରକାର ସ୍ଥାୟୀ ନିଯୁକ୍ତି ଦେଇଥିଲେ ମଧ୍ୟ ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରୁଥିବା ଏହି ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ବିଷୟ ଚିନ୍ତା କରାଯାଉନଥିବା ଅଭିଯୋଗ କରିଛି ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ।

ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ଚୁକ୍ତି ଭିତ୍ତିରେ ନିଯୁକ୍ତି ପାଇଥିବା ପ୍ରାୟ ଛଅଶହ ଠିକା ସ୍ବାସ୍ଥ୍ୟ କର୍ମଚାରୀମାନେ ଏକତ୍ରିତ ହୋଇଛନ୍ତି । ଠିକା ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିକୁ ଜୋରଦାର କରିବା ପାଇଁ ଚେତାବନୀ ଦେଇଛି ସଂଘ । ଏହି କର୍ମଚାରୀମାନଙ୍କ ସକାଶେ ମହାମାରୀ କୋରୋନା ପରିଚାଳନା ଏବଂ ଟୀକାକରଣକୁ ସଫଳ ରୂପାୟନ ଦିଆଯାଇଥିଲା । କୋରୋନା ମହାମାରୀ ସହିତ ଲଢେଇ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଦିନ ରାତି ଏକ କରି ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିଥିଲେ ।

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଏହା ସହିତ ସମସ୍ତ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ସଫଳ ରୂପାୟନ ସହ ପ୍ରତ୍ୟେକ ଘରେ ଘରେ ସ୍ବାସ୍ଥ୍ୟ ବାର୍ତ୍ତା ପହଞ୍ଚାଇ ଏହି ସ୍ବାସ୍ଥ୍ୟ କର୍ମୀ । ତେଣୁ ଦୀର୍ଘ ୧୫ ରୁ ୨୦ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀମାନଙ୍କୁ ସରକାର ଉପେକ୍ଷା କରିଥିବା ଅଭିଯୋଗ କରିଛି ଓଡ଼ିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ । ଏନେଇ ଏକ ଦାବିପତ୍ର ନଭେମ୍ବର ମାସ 9 ତାରିଖରେ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ତେବେ ଏବାବଦରେ ଯଦି ସରକାର ବିଚାର ବିମର୍ଷ ନକରନ୍ତି ତେବେ ଆସନ୍ତା 21ତାରିଖରେ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରାଯିବ ବୋଲି କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନେ ହାତରେ କ୍ୟାଣ୍ଡେଲ ଧରି ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ ନକରିବା ପର୍ଯ୍ୟନ୍ତ ନିଜ ଦାବିରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details